No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମର ପୁର ଗ୍ରାମର ଯାତ୍ରୀ ବିଶ୍ରାମ ଗାର ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି । ବିଶ୍ରାମ ଗାରର କାନ୍ଥ ଫାଟିବା ସହ ପଲସ୍ତରା ଖସି ସେଥିରୁ ଗୋଟାଏ ଗୋଟାଏ ହୋଇ ପଥର ଖସି ବାରେ ଲାଗିଛି । ପଥର ଖସି କାନ୍ଥ ଆଁ ହୋଇ ଦେଖା ଯାଉଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି। ଛାତରୁ ସିମେଣ୍ଟ ଖଣ୍ଡ ପଡ଼ି ରଡ଼ ଦେଖାଯାଉଛି। ବିପଦ ସଙ୍କୁଳ ଅବସ୍ଥାରେ ରହି ଥିବାରୁ କିଛି ସମୟ ଆଶ୍ରୟ ନେବାକୁ ଭୟ କରୁଛନ୍ତି ଯାତ୍ରୀ ।

ଏହା କେତେବେଳେ ଯେ ଭୁଶୁଡ଼ି ପଡ଼ି ଲୋକଙ୍କ ଜୀବନ ହାନି ହେବାର ଆଶଙ୍କା ରହିଥିବାରୁ ଏ ବିଷୟ ନେଇ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ ହୋଇଛି। ହେଲେ ଏହି ରାସ୍ତା ଦେଇ ବିଭାଗୀୟ ଅଧିକାରୀ ନୀତି ଯିବା ଆସିବା କରନ୍ତି। ତଥାପି ଏଥି ପ୍ରତି କାହାର ଦୃଷ୍ଟି ଗୋଚର ହେଉନଥିବା କହିଛନ୍ତି ଗ୍ରାମବାସୀ । ପ୍ରକାଶ ଯୋଗ୍ୟ ଏହି ଯାତ୍ରୀ ବିଶ୍ରାମ ଗାର ଦୀର୍ଘ ୩୦ ବର୍ଷ ହବ ପଥର କାନ୍ଥରେ ନିର୍ମିତ ହୋଇଛି।’

ଗ୍ରାମର ମୁଖ୍ୟ ଛକରେ ରହିଥିବାରୁ ଗ୍ରାମର ଏବଂ ଆଖ ପାଖ ଗ୍ରାମର ଲୋକେ ବିଭିନ୍ନ ଦୂରଦୂରାନ୍ତ ଯିବାକୁ ବର୍ଷା, ଖରାରେ ବସକୁ ଅପେକ୍ଷା କରିବାକୁ ଏହି ବିଶ୍ରାମ ଗାରରେରେ ଆଶ୍ରୟ ନିଅନ୍ତି। ତେଣୁ ବିଭାଗୀୟ ଅଧିକାରୀ ଏହା ପ୍ରତି ଦୃଷ୍ଟି ଦେଇ ନୂତନ ଯାତ୍ରୀ ବିଶ୍ରାମ ଗାର ନିର୍ମାଣ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମ ବାସୀ। ଏବିଷୟ ନେଇ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଟି.ଗୋପାଳ ରାଓ ଯୋଗାଯୋଗ କରିବାରୁ। ଏହାର ପ୍ରପୋଜଲ୍ ଦିଆହୋଇଛି ମଞ୍ଜୁରୀ ମିଳିଲେ ଶୀଘ୍ର କାର୍ଯ୍ୟ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି।


No Result
View All Result