No Result
View All Result
୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାରେ ସମସ୍ତ ଚାଷୀ ବର୍ତ୍ତମାନ ଧାନ ଚାଷ କୁ ନେଇ ଚାଷୀ ବ୍ୟସ୍ତ ରହିଥିବା ବେଳେ , ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ୟୁରିଆ ସାର କଳା ବଜାରି ହେଉଥିବା ଅଭିଯୋଗ ହେଉଛି । କିଛି ଅସାଧୁ ବ୍ୟବସାୟୀ ଚାଷୀଙ୍କ ସରଳତା ଓ ସାରର ଅଭାବିର ସୁଯୋଗ ନେଇ ଚଢ଼ା ଦରରେ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ଗଜପତି ଜିଲ୍ଲାର ଚାଷୀ । ସରକାରଙ୍କ ତରଫରୁ ଏହାର ମୂଲ୍ୟ 50 କିଲୋ ପିଛା 266.50 ଟଙ୍କା ରହିଥିବା ବେଳେ ଚାଷୀଙ୍କୁ ଏହା 500 ରୁ 600 ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଧାନ ଚାଷ ପାଇଁ ଏହି ୟୁରିଆ ସାରର ଆବଶ୍ୟକତା ରହିଥିବା ଯୋଗୁଁ ଚାଷୀ କୂଳ ବାଧ୍ୟ ହୋଇ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ପ୍ରତି ବର୍ଷ କିଛି ଅସାଧୁ ବ୍ୟବସୟୀ ମାନେ ଜିଲ୍ଲା ସଦର ମହକୁମା ଠାରେ କୃଷି ବିଭାଗର ନାକ ତଳେ ଏଭଳି ସାର କଳା ବଜରି କରି ମାଲାମାଲ ହେଉଥିବା ବେଳେ ଜିଲ୍ଲାର ଅଭ୍ୟନ୍ତର ଅଞ୍ଚଳର ପରିସ୍ଥିତି କଣ ଥିବ ତାହା ଦେଖିବାର କଥା ।

ଚାଷୀ କୂଳ ସାର ଚଡା ଦର ସମନ୍ଧରେ ଜିଲ୍ଲା କୃଷି ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପାଖରେ ସେଭଳି କୌଣସି ଖବର ନଥିବା କହି ଅଧିକାରୀ ସମସ୍ୟାକୁ ଏଡାଇ ଦେଇଥିବା କହିଛନ୍ତି ଚାଷୀ । ଯଥାଶୀଘ୍ର କଳା ବଜାରିକୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ କରାଯାଇ , ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟରେ ସାର ଯୋଗାଇ ଦେବାକୁ ଦାବି ହେଉଛି । ସଦର ମହକୁମା ସମେତ ଜିଲ୍ଲା ରେ ସାର କଳାବଜାର କରି ବିକ୍ରୀ କରୁଥିବା ଅଭିଯୋଗ ହଉଥିଲେ ମଧ୍ୟ କୃଷି ବିଭାଗ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା କାହିଁକି ବୋଲି ଚାଷୀ ଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ନା ବ୍ୟବସାୟୀ ଓ ବିଭାଗ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ଚାଷୀ ଉପଯୁକ୍ତ ନ୍ୟାୟ ପାଇ ପାରୁନାହାନ୍ତି ।

No Result
View All Result