୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କେନ୍ଦୁଝର ଜିଲ୍ଲା :-> କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଦା ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଛି। ଏବଂ ଏହି ପଦଯାତ୍ରା ରେ ହଜାର ହଜାର ସଂଖ୍ୟାରେ ରେ ବିଜୁ ଜନତା ଦଳର କର୍ମୀ ଯୋଗଦାନ ଦେଇଥିଲେ ଏବଂ ଏହି ପଦ ଯାତ୍ରା ରେ ଘୋସିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ଏବଂ ଶ୍ରୀଯୁକ୍ତ ବଦ୍ରନାରାୟଣ ପାତ୍ର,

ଚମ୍ପୁଆ ବିଧାୟିକା ଶ୍ରୀମତୀ ମୀନାକ୍ଷୀ ମହାନ୍ତ, ଓ କେନ୍ଦୁଝର ଜିଲ୍ଲାର ସାଂସଦ ସୁ ଶ୍ରୀ ଚନ୍ଦ୍ରାଣି ମୂର୍ମୁ,ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ, ଓ ପାଟଣା ବିଧୟକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ, ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରଯୁକ୍ତ ପ୍ରେମାନନ୍ଦ ନାୟକ,

ଓ ଜିଲ୍ଲା ବିଜେଡ଼ି ସଭାପତି ମାଧବ ସର୍ଦ୍ଦାର, ଓ ଜିଲ୍ଲା ବିଜେଡ଼ି ମହିଳା ଅଧ୍ୟକ୍ଷା ଶ୍ରୀମତୀ ରମଣି ନାୟକ ଏବଂ ସମବାୟ ବ୍ୟାଙ୍କ ସମିତି ଜିଲ୍ଲା ଅଧ୍ୟକ୍ଷ ଶ୍ରୀଯୁକ୍ତ କାନନ ବିହାରୀ ପୋହୀ ଆଦି ବରିଷ୍ଠ ନେତା ମାନେ ଯୋଗଦାନ ରୋହିଥିଲା।ଓଡିଶା ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି |

ଏଥିରୁ କେହିବି ବଞ୍ଚିତ ନହୁଅନ୍ତୁ ଏବଂ ଜନତା ଙ୍କୁ ସମସ୍ତ ବରିଷ୍ଠ ନେତା ଙ୍କ ଆହ୍ବାନଦେଇ ଥିଲେ ଯେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇବା ସ୍ବପ୍ନ କୁ ସାକାର କରିବା ନିମନ୍ତେ ସଂଗଠକମାନେ ଦିନ ରାତି ଏକ କରି ସଂଗଠନ ଦୁଢ କରିବାକୁ ଆହ୍ୱାନ ଦେଇଥିଲେ,ଏହିପରି ହଜାର ହଜାର ବିଜେଡ଼ି କର୍ମୀ ଯୋଗଦାନ ଯୋଗୁ ପଦ ଯାତ୍ରା ସଫଳ ହୋଇଛି ।
















