୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ତେଣୁ ଦଳୀୟ ନିଷ୍ପତ୍ତି କ୍ରମେମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମାନ୍ତ ତିରିଂ ବ୍ଳକର ନାରଣପୁର ପଞ୍ଚାୟତର ସିଗଦି ଗ୍ରାମର ଜାମବଣିର ଗଆଲଉଡଇ ଗାଁ ପର୍ଯ୍ୟନ୍ତ ଆଜି ରବିବାର ଦିନ ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ବଳଦେବ ହେମ୍ବ୍ରମ ( ଵାଣଜୁ ଭାଇ) ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ପଦଯାତ୍ରାରେ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା , ପ୍ରାକ୍ତନ ଅଧ୍ଯକ୍ଷା ଜେମାମଣି ଷୁଣ୍ଢି , ପ୍ରାକ୍ତନ ବ୍ଳକ ବିଜେଡି ସଭାପତି ଖିରୋଦ ସି , ପାର୍ଥ ସାରଥି ଷଡ଼ଙ୍ଗୀ , ବ୍ଳକ ଯୁବ ବିଜେଡ଼ି ସଭାପତି ଜଗଦୀପ ରାଜ ( ମୁନା ) କ୍ଷେତ୍ରୀ , ଛାତ୍ର ବିଜେଡ଼ି ସଭାପତି ବିଜୟାନନ୍ଦ ମିଶ୍ର, କାଦାଇ ଟୁଡୁ , ଚିତା ମୁର୍ମୁ , ମଧୁସୂଦନ ଗାଇପେଇ , ଲଆଦଉରଆ ବାଙ୍କିରା, ମହେନ୍ଦ୍ର ସର୍ଦ୍ଦାର , ଇନ୍ଦ୍ର ପୂର୍ତି , ମାଧବ ପୂର୍ତ୍ତି,ରାଜେଶ ମଉଦଏୟଆଙ୍କ ସମେତ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ, ଛାତ୍ର , ଦିବ୍ଯାଙ୍ଗ , ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ , ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।
ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା , ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା , ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା ,କଳାକାର ଭତ୍ତା,ଦିବ୍ଯାଙ୍ଗ ଯୋଜନା ,କାଳିଆ ଯୋଜନା, ଛାତ୍ରବୃତ୍ତି , ଶ୍ରମିକ କଲ୍ୟାଣ ଯୋଜନା , ଖାଦ୍ଯ ସୁରକ୍ଷା,ଆବାସ ଯୋଜନା , ବିଜୁ ସେତୁ , ଘରକୁ ଘର ପାଣି, ବିଜୁ ଜ୍ୟୋତି , ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା , ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ , ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା , ବିପର୍ଯ୍ୟୟ ପରିଚାଳନା , ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା , ଆଦିବାସୀ କଲ୍ୟାଣ ଯୋଜନା , ମହିଳା ବିକାଶ ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି । ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ ।