୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି (ବହଳଦା ରୋଡ) ଷ୍ଟେସନ ବଜାରରେ ଦୀର୍ଘ ବର୍ଷରୁ ପାନ ଦୋକାନ କରି ଚଳି ଆସୁଥିବା ରମାକାନ୍ତ ବିଶ୍ବାଳ (୫୩) ଗୁରୁବାର ୫’ ତାରିଖ ଦିନ ହୃଦଘାତରେ ଆକସ୍ମିକ ମୃତ୍ୟ ବରଣ କରିଥିଲେ । ତାଙ୍କ ଆକସ୍ମିକ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୋକସଭା ପାଳନ କରାଯାଇ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରର୍ଥନା କରାଯାଇଥିଲା ।
ରମାକାନ୍ତ ଜଣେ ମିଷ୍ଟ ଭାଷୀ ଓ ଆଥିତ୍ବ ପ୍ରଦାନକାରୀ ବ୍ୟକ୍ତି ହୋଇଥିବା ସହ ସମାଜସେବୀ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରୁଥିଲେ। ଝରାଡିହି ଅଞ୍ଚଳରେ ସେ ଜଣେ ଆଦର୍ଶ ବ୍ୟକ୍ତି ଭାବେ ପରିଚିତ ଥିଲେ। ଝରାଡିହିରେ ସପରିବାର ରହିବା ସହିତ ଦୀର୍ଘ ୩୦’ ବର୍ଷରୁ ଉର୍ଦ୍ଧ ହେବ ସେ ପାନ ଦୋକାନ କରି ଚଳି ଆସୁଥିଲେ। ତେବେ କଟକ ସ୍ଥିତ ପୈତୃକ ଗ୍ରାମରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଥିଲା। ଷ୍ଟେସନ ବଜାରରେ ଶନିବାର ଦିନ ବ୍ୟବସାୟିକ ସଂଘ ଓ ବିଶିଷ୍ଠ ବ୍ୟକ୍ତି ବିଶେଷ’ଙ୍କ ଗହଣରେ ତାଙ୍କ ଶୋକସଭା ପାଳନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରର୍ଥନା କରାଯାଇଥିଲା ।
ଏହି ଶୋକ ସଭାରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ କମଳାକାନ୍ତ ନାଏକ, ପୂର୍ବତନ ବିଧାୟକ ଖେଲାରାମ ମାହାଲି, ପ୍ରଭାକର ଦାସ, ବିକାଶ ଦାସ, ଗଦା ମାମା, ଅରୁଣ ବାବୁ, ବ୍ୟବସାୟୀ ଆନନ୍ଦ ବାରିକ, ନାରାନ୍ ମାଝୀ, ସନ୍ତୁଷ ବାରିକ, ଭରତ ସିଂ, ଶ୍ରୀରାମ ବେହେରା ପ୍ରମୁଖ ଉପସ୍ଥିତ ରହି ୨’ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ଦିବଙ୍ଗତ’ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଶୁଦ୍ଧିକିୟା ପାଇଁ ଇଂ କମଳାକାନ୍ତ ନାଏକ ୨୧୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାବେଳେ ଅନ୍ୟମାନେ ମଧ୍ୟ ସହାୟତା ପ୍ରଦାନ କରିଥିଲେ ।