No Result
View All Result
୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଟାଙ୍ଗି ଠିକାଦାର ସଂଘର ଜରୁରୀ ବୈଠକ ଗତ ରବିବାର ଦିନ ଟାଙ୍ଗି ଠିକାଦାର ସଂଘର ଆବାହକ ଶ୍ରୀ ପ୍ରଣୟ ପ୍ରତୀକ ପଟ୍ଟନାୟକଙ୍କ ନେତୃତ୍ଵରେ ସମସ୍ତ ଠିକାଦାର ଭାଇମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ଟାଙ୍ଗି ବଳରାମଦେବ ମନ୍ଦିର ପରିସରରେ ପ୍ରସ୍ତୁତି ହୋଇଥିଲା । ଏଥିରେ ନିଷ୍ପତ୍ତି ହେଲା ଯେ,ଆଗକୁ ଟାଙ୍ଗି,ସବ ଡିଭିଜନ under ରେ ଯାଉଥିବା ସରକାରଙ୍କର ସମସ୍ତ ଟେଣ୍ଡର ଗୁଡ଼ିକ ସିଡୁଲ୍ରେଟ୍ ରେ ପଡ଼ିବ। ଲେସ୍ରେ ଟେଣ୍ଡର ପକାଇବେ ନାହିଁ ବୋଲି ନିଷ୍ପତି ନିଆଯାଇଛି ।

ଶ୍ରୀ ଅନୀଲ୍ କୁମାର ପୃଷ୍ଠି ଓ ଆଲୋକ କୁମାର ମହାପାତ୍ର ପୂର୍ବରୁ ପାଇଥିବା ଟେଣ୍ଡର ବିଷୟରେ ଆଲୋଚନା କରିଥିଲେ ।ଶ୍ରୀ ଗୁନଚନ୍ଦ୍ର ବେହେରା, ରାମଚନ୍ଦ୍ର ବେହେରା ,କମଲଜିତ ପ୍ରଧାନ, ସେକ୍ ୱହିଦ୍, ସୁଦର୍ଶନ ରାଉତରା, ସୁମନ୍ତ ରଣସିଂହ ନିଜ ନିଜର ବକ୍ତବ୍ୟ ରଖିଥିଲେଏବଂ ସଂଘକୁ ଆହୁରି ମଜଭୁତ୍ କରିବାପାଇଁ ସଂକଳ୍ପ କରିଥିଲେ ।

No Result
View All Result