No Result
View All Result
୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ୩ଦିନ ହେଲା ନିଖୋଜ ନାବାଳକ ର ମୃତ ଦେହ ଠାବ ହେଲା ପଟିଆ ସରକାରୀ ସ୍କୁଲ ପଛ ପଟ ଜଙ୍ଗଲରେ । ମୃତ ନାବାଳକ ହେଲେ ଟାଙ୍ଗୀ ଥାନା ରାମଚନ୍ଦ୍ର ପୁର ପଞ୍ଚାୟତ ଗୋଡି ସାହିର ଖୋକନ ଭୋଳ ଙ୍କ 13 ବର୍ଷ ବୟସ୍କ ବବଲୁ ଭୋଳ । ବବଲୁ ସ୍ଥାନୀୟ ସରକାରୀ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପାଠ ପଢୁଥିଲା ।ଗତ ୨ ତାରିଖରୁ ନିଖୋଜ ନେଇ ବବଲୁ ର ପରିବାର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ ।

ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇଥିବା ବେଳେ ମୃତ ଦେହ ମିଳିଥିବା ସ୍ଥାନ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପରିସର ହୋଇଥିବାରୁ ଚାନ୍ଦପୁର ପୋଲିସକୁ ହସ୍ତାନ୍ତର କରିଛି ମାମଲା ଚାନ୍ଦପୁର ପୋଲିସ ଶବ ଜବତ କରି ଅଧିକ ତଦନ୍ତ ପାଇଁ ଫୋରେନସିକ ଟିମକୁ ଡ଼କାଇଛି। ମୃତ ଦେହ ଉଦ୍ଧାର ହେବାର ୨ଦିନ ଵିଭାଗ ଯାଇଥିଲେ ମଦ୍ଧ୍ୟ ପୋଲିସ୍ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ନେଇପାରିନାହିଁ।

No Result
View All Result