No Result
View All Result
୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ୩୦ ଅକ୍ଟୋବରରୁ ୫ ନଭେମ୍ବର ପର୍ଯ୍ୟନ୍ତ ଭିଜିଲାନ୍ସ ସଚେତନତା ସପ୍ତାହକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳ ବିଭାଗର ଭିଜିଲାନ୍ସ ବିଭାଗ ଦ୍ଵାରା, ଖୋର୍ଦ୍ଧା ରୋଡ଼ ଅଫିସର ରେଷ୍ଟ ହାଉସରେ ଏକ ସତର୍କତା କର୍ମଶାଳା ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି, ଅଧିକାରୀ ଏବଂ କର୍ମଚାରୀଙ୍କୁ, ଭିଜିଲାନ୍ସ ମାମଲାର କାରବାରର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇବା । ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,ଖୋର୍ଦ୍ଧା ରୋଡ଼ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ସମସ୍ତ ଶାଖା ଅଧିକାରୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀ ଏହି ସେମିନାରରେ ଅଂଶଗ୍ରହଣ କରିଥିଲେ।

ପୂର୍ବତଟ ରେଳବାଇର ଉପମୁଖ୍ୟ ସତକର୍ତା ଅଧିକାରୀ ଶ୍ରୀ ପ୍ରୀତିରାଜ ପାଣିଗ୍ରାହୀ, ମଣ୍ଡଳ ରେ ଭିଜିଲାନ୍ସ ମାମଲାର କାରବାର କରିବା ସମୟରେ ପାଳନ କରାଯିବାକୁ ଥିବା ବିଭିନ୍ନ ପ୍ରକ୍ରିୟା ବିଷୟରେ ବର୍ଣ୍ଣନା କରିଥିଲେ। ସେ ଅଭିଯୋଗ ହ୍ୟାଣ୍ଡଲିଂ ମେକାନିଜିମ୍ ବିଷୟରେ ମଧ୍ୟ ବୁଝାଇଥିଲେ ଏବଂ ଭିଜିଲାନ୍ସ ମାମଲା ପାଇଁ ଆଗେଇବା ପୂର୍ବରୁ ଏବଂ ପରେ କଣ କରାଯିବା ଉଚିତ୍ ଏବଂ କଣ ନ କରାଯିବା ଉଚିତ୍ ସେ ବିଷୟରେ ଅବଗତ କରାଇଥିଲେ। ଏହି ଉତ୍ସବରେ ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ କହିଛନ୍ତି ଯେ ଭିଜିଲାନ୍ସ ମାମଲାଗୁଡ଼ିକର କାରବାର କରିବା ସମୟରେ ସମସ୍ତେ ଦୟତ୍ଵବାନ ହେବା ଏବଂ ପ୍ରକ୍ରିୟାକୁ କଡାକଡି ପାଳନ କରିବା ଉଚିତ୍। ସେମିନାରରେ ପୂର୍ବତଟ ରେଳବାଇ ର ଉପମୁଖ୍ୟ ସତର୍କତା ଅଧିକାରୀ (ଦୂର ସଞ୍ଚାର) ସମୀର ମହାପାତ୍ର, ସହାୟକ ସତର୍କତା ଅଧିକାରୀ ଏ. ରାମାରାଓ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result