No Result
View All Result
୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ୍ ସଭାଗୃହରେ ଦୁଇଦିନିଆ ବ୍ଲକ୍ ସ୍ତରୀୟ ସଂସାଧନ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ୧୫ ଟି ପଞ୍ଚାୟତର ୩୯ ଦଳ ଅଂଶଗ୍ରହଣ କରିଥିବା ବେଳେ ମୋଟ୍ ୭୮ ଜଣ କଳାକାର ଯୋଗଦେଇଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ ଉଦଘାଟନ କରିଥିବା ବେଳେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ନିରୋଦ କୁମାର ସାମଲ,ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ଦୁର୍ଗାଚରଣ ମାର୍ଥା,

ବ୍ଲକ୍ ଶିକ୍ଷାଧିକାରୀ ରଶ୍ମୀବାଳା ପରିଡା, ବ୍ଲକ୍ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ,ସମନ୍ଵୟ ଶିଶୁ ବିକାଶ ପ୍ରକଳ୍ପ ମୁଖ୍ୟ ପରିଚାରିକା ମଧୁମିତା ପରିଜା, ବ୍ଲକ୍ ମିସନ୍ ଶକ୍ତି ସଂଯୋଜିକା ଦୀପ୍ତିମୟୀ ପ୍ରହରାଜ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସଞ୍ଜୁଲତା ଦେଇ, ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ ଇତିଶ୍ରୀ ସାମଲ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବ୍ୟବସ୍ଥା ଯେପରିକି ମଧୁବାବୁ ପେନସନ ଯୋଜନା, ସ୍ୱାସ୍ଥ୍ୟ ଯୋଜନା ଇତ୍ୟାଦି ବାବଦରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ସହାୟକ ଦିଲ୍ଲୀପ କୁମାର ମହାପାତ୍ର ଓ କନିଷ୍ଠ କିରାଣୀ ସୁମନ କୁମାର ମଲିକ ସୁଚାରୁ ରୂପେ ସମ୍ପାଦନ କରିଥିଲେ l

No Result
View All Result