୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆନନ୍ଦପୁର :-> ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାଟଡିହି ଠାରୁ ଛେନାପଦି ପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରାରେ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ଯୋଜନ ବିଷୟରେ ଘରକୁ ଘର ଯାଇ ଅବଗତ କରାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଦଳୀୟ କର୍ମୀ ଓ ପ୍ରମୁଖ ନେତା ଙ୍କ ଯୋଗଦାନରେ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାର ଙ୍କ ର ବିକାଶବାର୍ତା ଓ ପ୍ରତି ଗ୍ରାମ, ସହର ର ବିକାଶ ମୂଳକ କାର୍ଯ୍ୟ ତଥା ବିଭିନ୍ନ ଜନ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ ର ସଫଳତା କୁ ଦର୍ଶାଇ ନେତା ମାନେ ନିଜର ମତାମତ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର,ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ,ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର,ମହିଳା ସଭାନେତ୍ରୀ ରମଣୀ ନାୟକଙ୍କ ସମେତ ହଜାର ହଜାର ଜନସାଧାରଣ ।