No Result
View All Result
୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ସାତ କଳସ ଓ ଆଠ ଦୀପ ମଧ୍ୟରେ ଅଗ୍ନିକୁ ସାକ୍ଷୀ ରଖି ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇ ଏବଂ ଏଗାର ବର୍ଷର ନାବାଳକ ପୁତ୍ର ସନ୍ତାନ ଥାଇ ମଧ୍ୟ ପତି ସେମାନଙ୍କ ଅଞାତରେ ୨ୟ ଵିଵାହ କରିବା ଭଳି ଏକ ଅଭିଯୋଗ ପ୍ରତାରିତା ପତ୍ନୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରେ କରିଛନ୍ତି । ପ୍ରାପ୍ତ ଅଭିଯୋଗ ରୁ ପ୍ରକାଶ ଯେ, ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି, ଗୋପୀନାଥ ପୁର ସାହିର ପଠାଣି ଛୋଟରାୟ ଙ୍କ ସାନ ପୁଅ ପ୍ରଭାତ ଛୋଟରାୟ ଙ୍କୁ ନାଚୁଣୀ ଥାନା ଅନ୍ତର୍ଗତ କହ୍ନେଇ ପୁର ଗ୍ରାମ ର ଲକ୍ଷ୍ମୀ ଧର ପ୍ରଧାନ ଙ୍କ ଏକମାତ୍ର କନ୍ୟା ଝିନା ଗତ ୨୦୧୧ମସିହାରେ କୁହୁଡି ଗ୍ରାମର ଗ୍ରାମଦେବତୀ ଙ୍କ ପୀଠରେ ବୈଦିକ ମତେ ବିବାହ କରିଥିଲେ ।
ଵିଵାହ ସମୟରେ ଵର ପକ୍ଷ ର ଦାବୀ ମୁତାବକ ନଗଦ ୫୦ହଜାର ଟଙ୍କା,ସୁନା ଗହଣା ଓ ଆସବାବ ପତ୍ର ଦିଆଯାଇଥିଲା।ମାତ୍ର ଵିଵାହ ର କିଛି ଦିନ ପରେ ପ୍ରଭାତ ନିଶାସକ୍ତ ଅବସ୍ଥାରେ ଅଧିକ ଯୈ।ତୁକ ଅର୍ଥ ଦାବୀ କରି ସ୍ତ୍ରୀ କୁ ମାର ଧର କରିବା, ସ୍ତ୍ରୀ ମଶାରୀ ଭିତରେ ଶୋଇଥିବା ବେଳେ ଜୀବନରେ ମାରି ଦେବା ପାଇଁ ନିଆଁ ଲଗାଇ ଦେଵା ଆଦି ଘଟଣା ରୁ ଝିନା ବାପଘରକୁ ଖବର ଦେବାରୁ ବାପା ତାକୁ ନିଜ ପାଖକୁ ନେଇ ଆସିଥିଲେ।ମାତ୍ର ବର ପକ୍ଷରୁ ଟାଙ୍ଗୀ କୋର୍ଟରେ ଏକ ଚୁକ୍ତି ନାମା କରିବା ସହ ଭବିଷ୍ୟତରେ ଆଉ ଏଭଳି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଵାରୁ ଝିନା ର ବାପା ଝିଅକୁ ଶାଶୁ ଘରେ ଛାଡି ଦେଇ ଆସିଲେ।
ଇତି ମଧ୍ୟରେ ଝିନା ଏକ ଶିଶୁ ପୁତ୍ରର ଜନନୀ ବି ହେଲେ।ମାତ୍ର ତଥାପି ନିର୍ଯ୍ୟାତନା ଅସହ୍ୟ ହେବାରୁ ଗତ ୨ଵର୍ଷ ହେଲିଳା ସେ ପୁଅକୁ ନେଇ ବାପ ଘରେ ଆଶ୍ରୟ ନେଇଥିଲେ। ହଠାତ୍ ସେ ଖବର ପାଇଲେ ଯେ ତାଙ୍କର ସ୍ବାମୀ ପ୍ରଭାତ ତାଙ୍କର ଅଜ୍ଞାତରେ ପରିବାର ସଦସ୍ୟଙ୍କ ପ୍ରରୋଚନାରେ ଅନ୍ୟ ଏକ ମହିଳାଙ୍କୁ ୨ୟ ବିବାହ କରିଛନ୍ତି। ଏହି ଭଳି ପରିସ୍ଥିତି ରେ ଅନନ୍ୟୋପାୟ ହୋଇ ଝିନା ସେ ଓ ତାଙ୍କ ର ଶିଶୁ ପୁତ୍ରର ଭବିଷ୍ୟତ ନେଇ ଯଥୋଚିତ ନ୍ୟାୟ ପାଇଁ ଟାଙ୍ଗୀ ଥାନା ରେ ଅଭିଯୋଗ କରିବା ପରେ ଥାନା କର୍ତ୍ତୃପକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ କୁହୁଡି ଫାଣ୍ଡି ଅଧିକାରୀ ଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି।
No Result
View All Result