୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର,ଉଦୟଗିରି ବ୍ଳକ ସଦରମହକୁମା ସାଇବର୍ ଅପରାଧ ନିୟନ୍ତଣ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସାଇବର ଅପରାଧ ନିୟନ୍ତଣ ସଚେତନତା ନିମନ୍ତେ ପରିକ୍ରମା କରୁଥିବା ରଥକୁ ଶୁକ୍ରବାର ଏଠାରେ ସ୍ବାଗତ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଏଡିଏମ୍ ବୀରେନ୍ଦ୍ର କୁମାର ଦାସ,

ଏସଡିପିଓ ଅଶ୍ବିନୀ କୁମାର ନାୟକ, ତହସିଲଦାର ଜ୍ୟୋତିର୍ମୟୀ ଦାସ , ବିଡିଓ ଲରିମନ ଖର୍ସେଲ ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ, ସିଡିପିଓ ଲଳିତା ପୂଜାରୀ ଏଏବଂ ଅନନ୍ୟା ଅତିଥୀ ପ୍ରମୁଖ ଯୋଗଦେଇ ସାଇବର୍ ଅପରାଧ ନିଜକୁ ସୁରକ୍ଷିତ କେମିତି ରହିପାରିବେ ସେନେଇ ନିଜ ନିଜ ମତ ପୋଷଣ କରିଥିଲେ ।

ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚେତନଧର୍ମୀ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉର୍ଚମାଧ୍ୟମିକ ବିଦ୍ୟାଳୟ ଓ ଉର୍ଚବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନବାଡି, ଆଶାକର୍ମୀ, ଏମ୍ବିକେ, ସିଆର୍ପି, ଶିକ୍ଷକ ଓ ଗ୍ରାମବାସୀ ଯୋଗ ଦେଇଥିଲେ ।
















