No Result
View All Result
୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମା ମାଣେକେଶ୍ବରୀଙ୍କ କଣ୍ଟା ଦୋଳି ଓ ନିଆଁ ମଡା ବାଲିଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ୧୨ ଦିନ ଧରି ହେବାକୁ ଥିବା ବେଳେ ଗଞ୍ଝମ, କନ୍ଧମାଳ, ରାୟଗଡା ଜିଲ୍ଲାର ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଭକ୍ତ ମାନଙ୍କର ସୁଅ ଛୁଟିଥାଏ ।

ରବିବାର ମନ୍ଦିରରେ ନୂଆଖାଇ ପର୍ବ ପାଳନ ହେବା ପରେ ଅଞ୍ଚଳର ଲୋକମାନେ କମଳା, ବତେଇ, ନାରଙ୍ଗୀ, କନ୍ଧମୂଳ, ଖମ୍ବଆଳୁ ଓ ବନ୍ୟାତ ଜିନିଷ ଗୁଡିକୁ ବ୍ୟବହାର କରିପାରିବେ । ସୋମବାର ପରମ୍ପରା ଅନୁଯାୟୀ ଦୁଇଟି ନୂଆ ତାଟରେ ବେଜୁ (ଯାହାଙ୍କ ଦେହରେ ମାଁ ବିଜେ ହୁଅନ୍ତି) କାଳିଆ ତୋଟା ନଦୀରୁ ବାଲି ଆଣିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ଆସନ୍ତା ଅକ୍ଟୋବର ୬ ତାରିଖ ବାଲିଯାତ୍ରାର ପଞ୍ଚମୀ ପର୍ବ ପାଳନ ହେବା ।

୧୨ ତାରିଖ ମା ଙ୍କ ବଡ ଉପବାସ । ୧୩ ତାରିଖରେ ଲୁହା କଣ୍ଟାରେ ନିମିତ ଦୋଳି ଖେଳିବା ସହିତ ମୁଠି ଚାଉଳ ଦେଖିବା କାର୍ଯ୍ୟକ୍ରମ ହେବ । ଦୋଳିରୁ ଓହ୍ଲେଇବା ପରେ ପ୍ରସ୍ତୁତ କରି ରଖିଥିବା ନିଆଁ ଉପରେ ଚାଲିଥାନ୍ତି ଓ ପରେ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ନିଆଁରେ ଚାଲିବାକୁ ସୁଯୋଗ ମିଳିବ

No Result
View All Result