• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାର ଘାଣ୍ଟ ତରକାରୀ ଓ ଦୂତୀବାହନ ଓଷା

Proprietor Abhimanyu Maharana by Proprietor Abhimanyu Maharana
October 7, 2023
in ଓଡ଼ିଶା, କଟକ, ମହାନଗର, ହୋମ୍
0
ଓଡ଼ିଶାର ଘାଣ୍ଟ ତରକାରୀ ଓ ଦୂତୀବାହନ ଓଷା
Share on FacebookShare on TwitterWhatsapp

ଉପସ୍ଥାପନା
ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଧର୍ମଛଡା)
ସାଧାରଣ ସମ୍ପାଦକ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀ

୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି । ଦ୍ଵିତୀୟା ଓଷା ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ । ଦୂତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ । ପୌରାଣିକ ମତରେ , ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ଦ୍ବିତୀବାହନ ।

ଦ୍ୱିତୀୟା ଓଷା ଦିନ କିମ୍ବା ଓଷା ପୂର୍ବରୁ ବାପା ମାଆ ଓ ଭାଇ ମାନେ ନିଜର ବିବାହିତା ଝିଅ ବା ଭଉଣୀ ଘରକୁ ଦ୍ବିତୀୟା ବା ଯୁତୀଆ ପରିବା ଭାର ଦେବାର ବିଧି ରହିଛି । ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ପାଳନ ହେବା ସହ ଓଷା ପରଦିନ ଘାଣ୍ଟ ତରକାରୀର ଏକ ସ୍ଵତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ । ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ତରକାରୀ ରାନ୍ଧି ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାର ପ୍ରଥା ଓଡ଼ିଶାରେ ଚଳି ଆସୁଛି । ଏହା ଦ୍ଵିତୀୟା ଓଷାର ଘାଣ୍ଟ ତରକାରୀ ରୂପେ ପ୍ରସିଦ୍ଧ । ପରମ୍ପରା ଅନୁଯାୟୀ, କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା, କାଙ୍କଡ଼ ଆଦି ପନିପରିବା ପଡ଼ି ଘାଣ୍ଟ ହୁଏ । ବାଇଗଣଠାରୁ ଆରମ୍ଭ କରି ବିନ, ଗାଜର, ମାଟି ଆଳୁ, ସାରୁ, ଅମୃତଭଣ୍ଡା, ପାଣି କଖାରୁ, କାଙ୍କଣ, ଗ୍ରିନ ମଟର ପର୍ଯ୍ୟନ୍ତ ସବୁ ପରିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ ତରକାରିର ସ୍ୱତନ୍ତ୍ର ମହକ ଥାଏ । ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ୱୀତିବାହନଙ୍କୁ ଭୋଗ ଦିଆଯାଏ । ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରିର ମଜ୍ଜା ନିଅନ୍ତି ।

ଘାଣ୍ଟ ତରକାରୀ ଲାଗି କଖାରୁକୁ ମୁଖ୍ୟ ପରିବା ହିସାବରେ ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କି, କଖାରୁ ଏଭଳି ଏକ ପାରିବା ଯେଉଁଥିରେ ଲୌହ, ଜିଙ୍କ ପୋଟାସିଅମ, ମାଗ୍ନେସିଅମ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଆମେରିକାସ୍ଥିତ ନାସନାଲ ଇନଷ୍ଟିଟ୍ୟୁଟ ଅଫ ହେଲଥ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ମହିଳାମାନଙ୍କୁ ପ୍ରତିଦିନ ଖାଦ୍ୟରେ ୮ ଗ୍ରାମ ଜିଙ୍କର ଆବଶ୍ୟକତା ହୋଇଥାଏ । ଯାହାକି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ ରହିଥିବାରୁ ପ୍ରତିଦିନ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ବେଶ ଉପକାରୀ । ମହିଳାମାନେ ସାଧାରଣତଃ ଅଧିକ କାମର ଚାପରେ ସମୟ ସମୟ ଚିନ୍ତା ବା ଅବସାଦଗ୍ରସ୍ତ ହୋଇପଡନ୍ତି । ଯାହାକି ଅପରପକ୍ଷେ ସେମାନଙ୍କଠାରେ ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣ ସାଜିଥାଏ । ଏଥିପାଇଁ ପ୍ରତିଦିନ ଖାଦ୍ୟ ତାଲିକାରେ କଖାରୁକୁ ସାମିଲ କରିବା ଉଚିତ ।

ଚାହିଁଲେ କଖାରୁ ମଞ୍ଜିକୁ ଭାଜି ମଧ୍ୟ ଖାଇପାରିବେ । କାରଣ ଏଥିରେ ଥିବା ଏଲ ଟ୍ରିପ୍ଟୋଫାନ ନାମକ ଉପାଦାନ ଆପଣଙ୍କୁ ଅବସାଦଠାରୁ ଦୂରେଇ ରଖିବା ସହ ମନକୁ ଖୁସିରେ ରଖିବାରେ ସାହାଯ୍ୟ କରିଥାଏ । ସାରୁ ରେ ବିଶେଷ ପରିମାଣର ତନ୍ତୁ ( ଫାଇବର ) ଏବଂ କାର୍ବୋହାଇଡ୍ରେଟ ରେ ଭରପୁର ଆହୁରି ମଧ୍ୟ ଅଧିକ ପରିମାଣରେ A, C, E, B6, ଏବଂ ଫୋଲେଟ (folate), ମ୍ୟାଗ୍ନେସିୟମ, ଆଇରନ,ଜିଙ୍କ, ଫସଫରସ, ପଟାସିୟମ ଏବଂ କପର ଆଦି ରହିଛି । କଦଳୀର ବହୁ ଔଷଧୀୟ ଗୁଣ ରହିଛି । ଏହାକୁ କେବଳ ସ୍ୱାସ୍ଥ୍ୟପଦ ନୁହେଁ। ଏହା ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ । କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି । ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ । ଅସମୟରେ ତ୍ୱଚା କୁଞ୍ଚନ ହେବାରୁ ରକ୍ଷା କରିଥାଏ । ବାଇଗଣ ପନିପରିବାର ରାଜା ଭାବେ ପରିଚିତ । ଭିଟାମିନ B1 ଏବଂ B6 ରେ ଭରପୁର । ମ୍ୟାଗ୍ନେସିୟମ, ଆଇରନ, ଜିଙ୍କ, ଫସଫରସ, ପଟାସିୟମ, ମାଙ୍ଗାନିଜ, ନିଆସିନ, କପର ଏବଂ ଫଲିକ ଏସିଡ଼ ଅଛି ।ଆଳୁ ସହିତ ବର୍ଷ ସାରା ଅଧିକ ମାତ୍ରାରେ ମିଳୁଥିବାରୁ ଏହି ପରିବା ଘାଣ୍ଟ ତରକାରୀରେ ଅତି ଦରକାରୀ ।

ଏହା ଶରୀରରେ କୋଲେଷ୍ଟରଲ ମାତ୍ରା କମ କରିଥାଏ, ଯାହା ହୃଦରୋଗ ଆଶଙ୍କାକୁ ଏଡ଼ାଇ ଦେଇଥାଏ । ମଧୁମେହ ନିୟନ୍ତ୍ରଣରେ ଏହା ଏକ ପ୍ରାକୃତିକ ଅବଦାନ । ଟାଇପ ୨ ଡାଇବେଟିସରେ ସର୍କରା ସ୍ତରକୁ କମାଇଦିଏ । ମଏଶ୍ଚର କମ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । କ୍ୟାଲୋରୀ କମ ରହୁଥିବାରୁ ଦୈନନ୍ଦିନ ଖାଦ୍ୟ ଭାବେ ରୋଷେଇରେ ଦେଖିବାକୁ ମିଳେ । ମାଟି ଆଳୁ ବା ଖମ୍ବଆଳୁ କାର୍ବୋହାଇଡ୍ରେଟ ଏବଂ ଫାଇବରରେ ଭରପୁର । ତା ସହିତ ଭିଟାମିନ A, ବି କମ୍ପ୍ଲେକ୍ସ, C, ଆଇରନ, ପଟାସିୟମ ଶାରୀରିକ ଅଭିବୃଦ୍ଧି ପାଇଁ ଦରକାରୀ । ଶକ୍ତି ପାଇଁ ଏହା ଏକ ବଢିଆ ପରିବା । ପ୍ରତି ୧୦୦ ଗ୍ରାମ ଖମ୍ବଆଳୁରେ ୧୧୮ ଗ୍ରାମ ଶକ୍ତି ମିଳେ । ଏମିତି ଅନ୍ୟାନ୍ୟ ପରିବା ଯଥା କାଙ୍କଡ଼,ଆଳୁ, ଅମୃତ ଭଣ୍ଡା, ଝୁଡ଼ଙ୍ଗ, ମଟର, ଛୁଇଁ, ଗଜାମୁଗ,ବୁଟ, ଚଣା, ଶାଗ ଆଦି ତରକାରୀକୁ ସୁସ୍ବାଦୁ କରିବା ସହ ଡାଲିରେ ଥିବା ପୁଷ୍ଟିସାର ତତ୍ତ୍ଵ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।

 ଏକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ହେଉଛି “ଘାଣ୍ଟ ତରକାରୀ” ଯାହା ଓଡ଼ିଆ ଘରେ ଗରମ ଭାତ ସହ ମୁଖ୍ୟ ବ୍ୟଞ୍ଜନ ଭାବେ ପରସା ଯାଏ । ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଷାଠିଏ ପଉଟି ଖିଆ , ଖାଦ୍ୟ ପ୍ରିୟ ଠାକୁର । ସେଇଥିପାଇଁ ଆମେ ଓଡ଼ିଆ ଖାଦ୍ୟ ପ୍ରିୟ । ଆମ ରାଜ୍ୟର ଅନେକ ଖାଇବା ଦରବକୁ ନେଇ ଗର୍ବ କରିଥାଉ । ସାରା ବିଶ୍ବରେ କେବଳ ଓଡ଼ିଶା ଏମିତି କା ରାଜ୍ୟ ଯେଉଁଠାରେ ଖାଇବା ଓ ଖୁଆଇବା ପାଇଁ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଇଥାଏ । ଆମ ଓଷା ବ୍ରତ ସହ ଯୋଡ଼ି ହୋଇ ରହିଥିବା ଆମ ନିଆରା ଖାଦ୍ୟ ଯଥା , ରଜ ପର୍ବ ପାଇଁ ପୋଡ଼ପିଠା ଓ ଛେନାପୋଡ଼ , ମାର୍ଗଶୀର ମାସ ଗୁରୁବାର ଓଷାରେ ମଣ୍ଡା , ଛୁଞ୍ଚି ପତ୍ର , ବୁଢ଼ା ଚକୁଳୀ , ଚକୁଳୀ , ଛଣା ମଣ୍ଡା ଇତ୍ୟାଦି , ବକୁଳ ଅମାବାସ୍ୟା ଦିନ ଗଇଁଠା ପିଠା , ଚିତାଲାଗି ଅମାବାସ୍ୟା ଦିନ ଚିତଉପିଠା , ବାହୁଡା଼ ମଙ୍ଗଳବାର ଦିନ ଗେଟେଇ ପିଠା , ସାମ୍ବଦଶମୀରେ ଘଡ଼ଘଡିଆ ତରକାରୀ ସହିତ ରସାବଳୀ , ରସଗୋଲା , ବଜ୍ରବାଟୁଳି , ଏବଂ ବିଭିନ୍ନ ମିଠା ଓ ପିଠା , ପ୍ରଥମାଷ୍ଟମୀ ଦିନ ଏଣ୍ଡୁରି ପିଠା , କାଞ୍ଜି ଅଁଳା ଦିନ କାଞ୍ଜିପାଣି , ନୀଳାଦ୍ରି ବିଜେ ଦିନ ରସଗୋଲା ଏବଂ ଦ୍ବିତୀୟା ଓଷା ବା ଯୁତୀଆ ଓଷାର ଘାଣ୍ଟ ତରକାରୀ ଦର୍ଶାଏ ଯେ ସାରା ବିଶ୍ବରେ କେବଳ ଓଡ଼ିଆ ମାନେ ଖାଇବା ପାଇଁ ପରମ୍ପରା ସୃଷ୍ଟି କରିଛନ୍ତି । ସେଇଥିପାଇଁ ମୁଁ କୁହେ , “ଆମେ ଓଡ଼ିଆ ଭାରି ବଢ଼ିଆ” ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 23, 2026
ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

August 23, 2026
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

August 23, 2026
ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ

ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ

August 23, 2026

Recent News

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 23, 2026
ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

August 23, 2026
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

August 23, 2026
ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ

ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ

August 23, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 23, 2026
ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

August 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version