No Result
View All Result
୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ.ଭାଲିଆସାହିଠାରେ ଫ୍ରିଡମ ସ୍ବେଚ୍ଛାସେବା ଏବଂ ଜୁନିଅର ରେଡକ୍ରସ ତରଫରୁ 76ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l ଉକ୍ତ ଅବସରରେ ଫ୍ରିଡମ ସ୍ବେଚ୍ଛାସେଵାର ସଭାପତି ଶ୍ରୀଯୁକ୍ତ ତ୍ରିନାଥ ବିଷୋୟୀରତ୍ନଙ୍କ ପ୍ରରୋଚନା କ୍ରମେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ଶ୍ରୀଯୁକ୍ତ ଆଦିକନ୍ଦ ବଣୁଆରାୟୀ ସଭାପତିତ୍ବ କରିଥିଲା ବେଳେ ରାମଗିରି ବନବିଭାଗର ରେଞ୍ଜର ଶ୍ରୀଯୁକ୍ତ ପିୟୁଷ ପ୍ରତୀକ ପଟ୍ଟନାୟକ ମୁଖ୍ୟ ଅତିଥିରୂପେ ଆସନ ଅଳଙ୍କୃତ କରି ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ବିଷୟରେ ସଚେତନତାର ବାର୍ତା ବାଢିଥିଲେ l

ଏତଦ ସହିତ ଫ୍ରିଡମର କୋଷାଧକ୍ଷ ଶ୍ରୀଯୁକ୍ତ ଧନୁର୍ଧର ରଇତ, ଫ୍ରିଡମର ସମ୍ପାଦକ ଶ୍ରୀଯୁକ୍ତ ନୀଳମାଧଵ ନାୟକ ଏବଂ ରାମଗିରି ବନବିଭାଗର ଫରେଷ୍ଟର ଶ୍ରୀଯୁକ୍ତ କରିଦେବେନ୍ଦ୍ର ପ୍ରସାଦ ଉପସ୍ଥିତ ରହି ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ପୋଡୁଚାଷ ବାରଣ ଆଦି ବିଷୟରେ ସୁଚିନ୍ତିତ ବକ୍ତବ୍ୟମାନ ପ୍ରଦାନ କରିଥିଲେ l ଜଙ୍ଗଲ ଆମର ବନ୍ଧୁ, ବୃକ୍ଷ ଆମର ଜୀବନ, ସେମାନଙ୍କ ପାଇଁ ପ୍ରାଣୀଜଗତ ବଞ୍ଚିରହିଛି, ବୃକ୍ଷ ବିନା ବଂଚିବା ଅସମ୍ଭବ ବିଷୟବସ୍ତୁକୁ ଆଧାର କରି ବକ୍ତାମାନେ ସମୁଚିତ ବକୃତା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷାର ଆଗ୍ରହ ସୃଷ୍ଟି କରିପାରିଥିଲେ l

ଏହା ସହିତ ନିରୀହ ଜନ୍ତୁମାନଙ୍କୁ ଶିକାର ନକରିବା ପାଇଁ ଅତିଥିମାନେ ନିଜନିଜର ଭାଷଣ ମାଧ୍ୟମରେ ବ୍ୟକ୍ତ କରି ପଶୁଶିକାର ଏକ ଦଣ୍ଡନୀୟ ଅପରାଧ ବୋଲି ଅବଗତ କରାଇଥିଲେ l ଉକ୍ତ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭାଷଣ, ସଂଗୀତ ଏବଂ ଚିତ୍ରାଙ୍କନର ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l କୋଷାଧକ୍ଷ ଶ୍ରୀଯୁକ୍ତ ଧନୁର୍ଦ୍ଧର ରଇତ ବନ୍ୟପ୍ରାଣୀଙ୍କ ବିଷୟରେ ଏକ ଗାହାଣୀ ସଂଗୀତ ଗାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ l ସମ୍ପାଦକ ଶ୍ରୀଯୁକ୍ତ ନୀଳମାଧଵ ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜୁନିଅର ରେଡକ୍ରସର କାଉନସିଲର ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଵା ସହିତ ଗ୍ରାମବାସୀ ଏବଂ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ଯଥା କିଶୋର ଦଣ୍ଡସେନା, ନୀଳକଣ୍ଠ ନାୟକ, ଦିଗାମ୍ବର ଦାସ, ତାରିଣୀ ଚରଣ ମଣ୍ଡଳ, ସନ୍ତୋଷ ନାଇକ, ଅସିତ କୁମାର ସାହୁ, କେଦାରନାଥ କର, ସୁଶାନ୍ତ ସାହୁ, ସୁଷମା ବଣୁଆରାୟୀ, ମମତା ବେହେର୍ଦଳାଇ, ରବିନା ଦାସ, ପ୍ରଜ୍ଞାଦୀପ୍ତା ପାଇକ, ବିରଜା ମାଳିନୀ ନାୟକ, ସଂଗୀତା କୁମାରୀ ସାହୁ ଓ ସୁନିତା କୁମାରୀ ଦଳାଇ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇଥିଲେ l ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା l

No Result
View All Result