୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହି ବସ ଆଜି ସକାଳେ, ମହାନଦୀର ବାଙ୍କୀ ଜାତମୁଣ୍ଡିଆ ସୁବ୍ରଣ୍ଣପୁର ସେତୁର ବାଡ଼ରେ ଧକ୍କା ହୋଇ ବ୍ରିଜ ଉପରେ ଲଟକି ରହିଥିଲା । ଏହି ଦୁର୍ଘଟଣା ରେ ବସର ସମ୍ମୁଖ ଭାଗ ବାମପଟ କ୍ଷତି ଗ୍ରସ୍ତ ହୋଇଥିଲା ବେଳେ ,ଯାତ୍ରୀ ମାନେ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ।

ସୂଚନା ଯୋଗ୍ୟ ଯେ , ଅନୁଗୁଳରୁ -ଭୁବନେଶ୍ୱର ଆସୁଥିବା ଓ ଡି – ୧୯ ଜି -୭୧୧୯ ନମ୍ବର ନିଗମ ନାମକ ଏକ ଘରୋଇ ବସ ଯାତ୍ରୀ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିଲା । ଦୁର୍ଘଟଣା ର ଖବର ପାଇ ସୁବର୍ଣ୍ଣପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କୁଥିବା ବେଳେ ବସଟିକୁ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛି ।
















