No Result
View All Result
୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଜଟଣୀ ବିକାଶ ପରିଷଦ”ପକ୍ଷରୁ ଅନୁଷ୍ଠାନର ସଭାପତି ବିଜୟ ଛୋଟରାୟଙ୍କ ନେତୃତ୍ୱରେ ସମସ୍ତ ସଭ୍ୟ ସଭ୍ୟା ଗାନ୍ଧୀ ପାର୍କ ଠାରେ ପହଞ୍ଚି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ସୁନ୍ଦରାୟ,

ବିଜୟ କୁମାର ପଣ୍ଡା,ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ରାଉତ,ସୁରେନ୍ଦ୍ର ସାଏ ସାହୁ,କାଉନସିଲର ସଶାଙ୍କ ରାୟ,ବିଷ୍ଣୁ ସାହୁ ଏବଂ ପ୍ରଶାନ୍ତ ମିଶ୍ର ଏନ୍ ସୀତା ପ୍ରମୁଖ ଯୋଗ ଦେଇଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

No Result
View All Result