୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତ ଅଧୀନ ହଜ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। କ୍ଷେତରେ କାମ କରିବାକୁ ଯାଇ ଜଣେ ଚାଷୀ ଙ୍କ ର ବଜ୍ରପାତରେ ଅକାଳ ମୃତ୍ୟୁ ଘଟିଛି।ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ,ହଜ ଗ୍ରାମର ଅନାମ ମୁଦୁଲି (୪୫)ଧାନ ବିଲରେ କାମ କରୁଥିବା ବେଳେ ଅକସ୍ମାତ ପ୍ରବଳ ବର୍ଷା ସହ ବଜ୍ରପାତ ଘଟି ଥିଲା ।

ବଜ୍ରପାତରେ ଅନାମ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ।ପରେ ପରିବାର ବର୍ଗ ଖବର ପାଇ ଅନାମ ଧାନ ବିଲ ଭିତରେ ମରି ପଡିଥିବାର ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ। ଗମ୍ଭାରୀ ମୁଣ୍ଡା ପୋଲିସ ମ୍ରୂତ ଅନାମଙ୍କର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ମାନଂକୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣାରେ ଉକ୍ତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।














