No Result
View All Result
୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ପାଠପଢି ଶିକ୍ଷୟତ୍ରୀ ହେବାର ବହୁତ୍ ସ୍ବପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସଜନୀ। ହେଲେ ଅର୍ଥାଭାବରୁ ପାଠରେ ଏବେ ଡୋରି ଲାଗିଯିବା ସହ ସବୁ ସ୍ବପ୍ନ ଅଧୁରା ରହିଯାଇଛି। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ସଜନୀ ଆଗକୁ ପାଠ ପଢ଼ିବା ସହ ନିଜ ସ୍ବପ୍ନକୁ ସାକାର କରିପାରନ୍ତେ ବୋଲି ଆଶା ରଖିଛନ୍ତି। ସେ ହେଉଛନ୍ତି ଗଜପତି ଜିଲା ମୋହନା ପଞ୍ଚାୟତ ଲେକାପଦର ଗାଁର ପ୍ରଭାକର ମଲ୍ଲିକଙ୍କ ଦିବ୍ୟାଙ୍ଗ ଝିଅ ସଜନୀ ମଲ୍ଲିକ। ପିଲାଟି ଦିନରୁ ସଜନୀ ନିଆଁରେ ପୋଡ଼ି ହୋଇ ଗୋଟିଏ ହାତ ହରାଇଛନ୍ତି ସିନା ହେଲେ ପାଠପଢ଼ି ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନ ରଖିଛନ୍ତି। ୨୦୦୭ରେ ବାପା ପ୍ରଭାକର ଯକ୍ଷ୍ମା ରୋଗରେ ପୀଡିତ ହୋଇ ପ୍ରାଣ ହରାଇଲେ। ସେହିଦିନଠାରୁ ମାଆ ଝୁନୁ ମଲ୍ଲିକଙ୍କ ଉପରେ ପଡ଼ିଲା ପରିବାର ପ୍ରତିପୋଷଣର ବୋଝ। ଜନ୍ମରୁ ବଡ଼ ଭାଇ ମାନସିକ ଅନଗ୍ରସର।
ଦାରିଦ୍ର୍ୟତା ଭିତରେ ବି ମା’ ଝୁନୁ ଦିବ୍ୟାଙ୍ଗ ପୁଅଝିଅଙ୍କ ମୁହଁରେ ଦାନା ଯୋଗାଡ କରିବା ସହ ପାଠ ପଢ଼ାଇ ଭଲ ମଣିଷଟିଏ କରିବାକୁ ଆଶା ରଖିଛନ୍ତି। ସରକାରୀ ସହାୟତା କହିଲେ ମୁଣ୍ଡ ପିଛା ୫ କେଜି ଚାଉଳ। ଆଉ ଦିବ୍ୟାଙ୍ଗ ଭତ୍ତା। ସେତିକିରେ ଦୁଃଖ କଷ୍ଟରେ ଚଳି ଯାଉଛନ୍ତି ୩ ପ୍ରାଣୀ। ଝିଅ ସଜନୀ ମୋହନା ହିଲଟପ୍ କଲେଜରେ ଚଳିତ ବର୍ଷ +୨ ପାସ କରିଛନ୍ତି। +୩ ରେ ନାମ ଲେଖାଇବାକୁ ଆର୍ଥିକ ସମ୍ବଳ ନ ଥିବାରୁ ଏବେ ସଜନୀ ଘରେ ରହିଯାଇଛନ୍ତି। ପରିବାରର ଆର୍ଥିକ ଅନାଟନ ମଧ୍ୟରେ ନିଜେ ଦେଖୁଥିବା ସ୍ବପ୍ନ ଅଧୁରା ରହିଯାଇଛି। ତେବେ ସରକାର ସଜନୀଙ୍କ ପ୍ରତି ଦୃଷ୍ଟି ଦେଇ ପାଠ ପଢା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ସଜନିର ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପାସେଜ୍ ସ୍କିମ ହେଉ ଅବା ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ପାଠ ପଢା ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ।

No Result
View All Result