No Result
View All Result
୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ପକ୍ଷରୁ ମଧ୍ୟ ଯୁଗରେ ଲୁଣ୍ଠିତ ଭାରତ ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗୀୟ ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଯାଇଛି। ଇତିହାସ ବିଭାଗର ମୁଖ୍ୟ ଡଃ କବିତା ଦେବୀ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିବାବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ମୁଖ୍ୟ ଅତିଥି ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ରାଜକିଶୋର ସାହୁ,

ଅଧ୍ୟାପିକା ସୁଭଦ୍ରା ଭୋଳ, ଏବଂ ବିଭାଗୀୟ ଅଧ୍ୟାପକ ବିଜୟ କୁମାର ଶତପଥୀ, ଡଃ ପ୍ରଜ୍ଞା ପାରମିତା ପାତ୍ର, ଜଗନ୍ନାଥ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ ଗ୍ରହଣ
କରିଥିଲେ। ଇତିହାସ ବିଭାଗର ଛାତ୍ରୀ ଅଲିଭା ରଥ ଆଲୋଚ୍ୟ ବିଷୟ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ବିଭାଗୀୟ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ର ମତ ବିନିମୟ କରିଥିଲେ।

No Result
View All Result