No Result
View All Result
୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି. ଏହି ଧାରଣାରତ ସାମ୍ବାଦିକମାନଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ତଥା ପୂର୍ଵତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସହ ଗଜପତି ମୋହନା ବିଧାୟକ ଦାଶରଥି ଗମାଙ୍ଗ ସାକ୍ଷାତ କରିଛନ୍ତି. ଉଭୟ ଧାରଣାରତ ସାମ୍ବାଦିକମାନଙ୍କ ସହ 1 ଘଣ୍ଟାରୁ ଧରି ଆଲୋଚନା କରିବା ସହ ଘଟଣା ନେଇ ତୀବ୍ର ନିନ୍ଦା କରିଥିଲେ. ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ଏବଂ ଦୂରୀନୀତି ବିରୋଧରେ ଖବର ପ୍ରକାଶନ ଓ ପରିବେଷଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମିଥ୍ୟା ଷଡଯନ୍ତ୍ର ଦ୍ୱାରା ଦମନ କରାଯିବା ସହ ସାମ୍ବାଦିକ ମାନଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି ବୋଲି ପ୍ରଚାର କମିଟିର ଅଧକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିବା ସହ ସମସ୍ତେ ସାମ୍ବାଦିକଙ୍କ ସମେତ ସମୂହ ଜନ ସାଧାରଣ ଏନେଇ ସଚେତନ ହୋଇ ଏଭଳି ଷଡ଼ଯନ୍ତ ଓ ମିଥ୍ୟା ମକଦ୍ଦମାର ଦୃଢ଼ ବିରୋଧ କରିବା ଆବଶକ୍ୟ.
ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ କାର୍ଯ୍ୟରତ ୪ ଜଣ ସାମ୍ବାଦିକଙ୍କ ବିରୋଧରେ ରାୟଗଡ ଥାନାରେ ଓଡିଶା ଜୀବିକା ମିଶନ ତରଫରୁ ଏକ ମିଥ୍ୟା କେଶ କରାଯାଇଛି. ଏହି ପ୍ରତିନିଧିମାନେ ଜୀବିକା ମିଶନର ଦୁର୍ନୀତି ନେଇ ଖବର ପରିବେଷଣ କରିବାରୁ ସାମ୍ବାଦିକମାନଙ୍କୁ ଦମନ କରିବା ଉଦେଶ୍ୟରେ ରାୟଗଡ ଥାନାରେ ମିଥ୍ୟା କେଶ କରାଯାଇଥିଲା. ଏହାକୁ ଗଜପତି ଜିଲ୍ଲାର ସାମ୍ବାଦିକମାନେ ଦୃଢ଼ ବିରୋଧ କରିବା ସହ ଗତକାଲି ଠାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମିଥ୍ୟା କେଶ ପ୍ରତ୍ୟହାର ପାଇଁ ଦାବି କରି ଧାରଣା ଆରମ୍ଭ କରିଥିଲେ. ତାହା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି.

ଗତକାଲି ମଧ୍ୟାହ୍ନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ
ଚୌଧୁରୀ ଓ ତାରିଣୀ ପ୍ରସାଦ ପଣ୍ଡା,ସାମ୍ବାଦିକ ରଶ୍ମି ରଞ୍ଜନ ମିଶ୍ର, ଗଣେଶ ରାଜୁ,ସନ୍ତୋଷ ପଟ୍ଟନାୟକ, ଆମୋଦ ବର୍ଦ୍ଧନ, ଜିତେନ୍ଦ୍ର ପାତ୍ର, ସରୋଜ ପାଣିଗ୍ରାହୀ, ସଂଜୀବ ପାଣି, ଆଲୋକ ବୋଷ, ନାଗେଶ୍ଵର ମହାପାତ୍ର, ଦିଲୀପ ଶତପଥୀ ଶିବାଜୀ ପଟ୍ଟନାୟକ,ଜଗଦୀଶ ପଣ୍ଡା, ସୀମାଞ୍ଚଳ ମହାରଣା, ରାଜେଶ ମିଶାଲ, ପ୍ରଦୀପ ନାୟକ, ଡିଜେନ ପାଢ଼ୀ, କୃଷ୍ଣ କୁମାର ବେହେରା, ଅମିତ ପଟ୍ଟନାୟକ ଅଲିନ ପାଣି, ଏ.ଋଷି , କ୍ରୀତଦାସ ବର୍ଦ୍ଧନ,
ଶିଶିର ଗୌଡ ବିଜୟ ଗଉଡ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଭାବେ ସାମ୍ବାଦିକ ମାନେ ଆଜି ଅଂଶ ଗ୍ରହଣ କରିଛନ୍ତି

No Result
View All Result