No Result
View All Result
୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଆଜି ରାତ୍ର ମୋହନା ଚାନ୍ଦିପୁଟ ରାସ୍ତାରେ ପେଟ୍ରୋଲିଙ୍ଗ କରିବା ସମୟରେ ଏକ ପିକ – ଅପ୍ ଭ୍ୟାନ ଆସିବା ସମୟରେ ସେହି ଗାଡ଼ିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ୬୪୦କିଲୋ ଭାଙ୍ଗ ଥିବା ଦେଖିବାକୁ ପାଇଥିଲେ। ମୋହନା ଥାନା ଅଧିକାରୀ ସେହି ଭାଙ୍ଗକୁ ଜବତ କରିବା ସହ ଆସାମୀ ବିଜୟ ପାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡିମାଳ ଗ୍ରାମର ବୋଲି ସୂଚନା ମିଳିଛି।
ମୋହନା ଥାନା କେସ ନମ୍ବର ୧୪୭/୨୩ଧାରା ୫୨(କ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ କେସ ରୁଜୁ ହୋଇଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଗାଡ଼ି ସହ ଭାଙ୍ଗ ଜବତ କରି ଆସାମୀ ଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

No Result
View All Result