No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଡେଙ୍ଗୁର ଭୟାବହତା ଓ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନିଖୁଳ ଉତ୍କଳ ଖଡୁରା ସମାଜ ହିଞ୍ଜିଳିକାଟୁ ପକ୍ଷରୁ ରବିବାର ସ୍ଥାନୀୟ ପୌରାଞ୍ଚଳ ୧୯,୧୬,୧୨ ଓ ୧୦ ନଂ ୱାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାର୍ବଜନୀନ ଘୋଷଣା ଏବଂ ଡେଙ୍ଗୁକୁ ନେଇ କ’ଣ କରିବେ ଓ କ’ଣ କରିବେ ନାହିଁ, ସେ ସମ୍ପର୍କିତ ଗୁରୁତ୍ଵପୂର୍ଣ୍ଣ ସୂଚନା ଥିବା ପ୍ରଚାରପତ୍ର ବଣ୍ଟନ ଜରିଆରେ ସଚେତନ କରାଯାଇଛି ।

ସ୍ୱାସ୍ଥ୍ୟ କର୍ମୀ ନରସିଂହ ବେହେରା ଓ ଆଶା କର୍ମୀଙ୍କ ସହଯୋଗରେ ନିଖିଳ ଉତ୍କଳ ଖଡୁରା ସମାଜ ସଦସ୍ୟ ସହଦେବ ନାୟକଙ୍କ ନେତୃତ୍ବରେ ସମାଜର ସଦସ୍ୟମାନେ ଏକତ୍ରିତ ହୋଇ ରବିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳା ଠାରୁ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଡେଙ୍ଗୁ ସଂକ୍ରମଣ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ବଚ୍ଛତା ବଜାୟ ରଖିବା ପାଇଁ ହିଞ୍ଜିଳିକାଟୁ ସହର ବାସୀଙ୍କୁ ପରାମର୍ଶ ଦିଆଯାଉଛି ।

କୌଣସି ସ୍ବତନ୍ତ୍ର ଲକ୍ଷଣ ଥିଲେ କିମ୍ବା ଜ୍ବର ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଉଛି । ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ ନିଖିଳ ଉତ୍କଳ ଖଡୁରା ସମାଜ ହିଞ୍ଜିଳିକାଟୁ ସଭାପତି ଯୋଗେନ୍ଦ୍ର ସାହୁ, ସମ୍ପାଦକ ଶିବରାମ ନାୟକ, ଉପସଭାପତି ସୀମାଞ୍ଚଳ ମହାପାତ୍ର, କୋଷାଧ୍ୟକ୍ଷ ଭୀମସେନ ସାହୁ, ଉପଦେଷ୍ଟା କୃଷ୍ଣ ନାୟକ, ସୁରେନ୍ଦ୍ର ନାୟକଙ୍କ ସହ ଖଡୁରା ସମାଜର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଚଳିତ ମାସ ୧୨ ତାରିଖରେ ସ୍ଥାନୀୟ ପୌରାଞ୍ଚଳର ଜଣେ ଯୁବତୀ ଡେଙ୍ଗୁ ରେ ସଂକ୍ରମଣ ହୋଇ ମୃତ୍ୟୁବରଣ କରିଥିଲେ ।

No Result
View All Result