No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଓଡିଆ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା/ବାଣପୁର ଶାଖା ଓ ବାଣପୁର ସ୍ଥିତ ସାହିତ୍ୟ ସିନ୍ଦୁରା ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ବାଣପୁର ଵିଧାରପୁର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ଆଜି ଶନିବାର ଓଡ଼ିଆ ପ୍ରାକ୍ରୃତ ଭାଷା ଓ ଚାଟଶାଳୀ ପାଠ ଶୀର୍ଷକ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ର ସଭାପତି ରଙ୍ଗନାଥ ସେଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ବତ ସମାରୋହର ପ୍ରାରମ୍ଭରେ ମାନ୍ୟଗଣ୍ୟ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନ୍ରୃସିହ ପ୍ରସାଦ ମିଶ୍ର,
ମୁଖ୍ୟବକ୍ତା ଭାବେ ଭାଷା ସୁରକ୍ଷା ସମ୍ମିଳନୀ ର ଜିଲ୍ଲା ସଭାପତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ତଥା ଐତିହାସିକ ସତ୍ୟବାଦୀ ବଳିୟାର ସିଂହ, ସମ୍ମାନିତ ଅତିଥି ଭାବେ ଵିପିନ ବିହାରୀ ପାଠାଗାର, ଜଟଣୀ ର ସମ୍ପାଦକ ତଥା ସାହିତ୍ୟିକ ଓ ସ୍ତମ୍ଭକାର ବିପିନ ବିହାରୀ ମହାନ୍ତି,ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ, ଐତିହ୍ୟ ଗବେଷକ ମଦନମୋହନ ମହାପାତ୍ର , ସାହିତ୍ୟ ସିନ୍ଦୁରା ସଞ୍ଚାଳକ ଗୋଲକ ବିହାରୀ ପରିଡା ମଞ୍ଚାସୀନ ହୋଇଥିଲେ।ମା ଭଗବତୀ କଳାନିକେତନ ର ଶିଳ୍ପୀ ମାନେ ସଙ୍ଗୀତ ଗାୟିକା ବିଷ୍ଣୁ ପ୍ରିୟା ବାରିକଙ୍କ ତତ୍ତ୍ଵାବଧାନରେ ଶାସ୍ତ୍ରୀୟ ସଙ୍ଗୀତ ଓ ନ୍ରୃତ୍ୟ ପରିବେଷଣ କରିଥିଲେ। ଏହାପରେ ବିଶିଷ୍ଟ ଅତିଥି ମାନେ ସେମାନଙ୍କ ର ବକ୍ତବ୍ୟରେ ଓଡ଼ିଆ ଭାଷାର ପ୍ରାଚୀନତା,
ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା, ଆଞ୍ଚଳିକ ଓଡ଼ିଆ ଭାଷା, ବିଭିନ୍ନ ଉପଭାଷା ଉପରେ ଆଲୋଚନା ରଖିଥିଲେ। ଓଡ଼ିଆ ଭାଷା ର ସୁରକ୍ଷା ଦିଗରେ ପ୍ରତ୍ୟେକ ଓଡ଼ିଆ ସଚେଷ୍ଟ ରହିବାକୁ ଆହ୍ଵାନ ଦିଆ ଯାଇଥିଲା। ଏହି ଅବସରରେ ସାରସ୍ଵତ ସାଧକ ସତ୍ୟବାଦୀ ବଳିୟାର ସିଂହ ଓ ବିପିନ ବିହାରୀ ମହାନ୍ତି ଙ୍କୁ ମାନପତ୍ର ପ୍ରଦାନ କରାଯାଇ ଖୋର୍ଦ୍ଧା ସାହିତ୍ୟ ସାରଥୀ ସମ୍ମାନ ରେସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ କବି ତଥା ସପ୍ତଫେଣୀ ପତ୍ରିକା ର ସମ୍ପାଦକ ଗୋପୀନାଥ ଦାଶ ଙ୍କ ସନ୍ ଯୋଜନା ରେ ବହୁ କବି ଓ କବୟିତ୍ରୀ ସ୍ବରଚିତ କବିତା ଆବ୍ରୃତ୍ତି କରିଥିଲେ। ଭାଷା ସୁରକ୍ଷା ସମ୍ମିଳନୀ, ଚିଲିକା ବାଣପୁର ଶାଖା ର ସଂପାଦକ ଆଡ୍ ଭୋକେଟ୍ ଶେଷଦେବ ମହାରଣା ସମ୍ପାଦକୀୟ ଅଭିଭାଷଣ ରଖିଥିବା ବେଳେ ଗୋଲକ ବିହାରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result