No Result
View All Result
୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ପୌର ପରିଷଦ,ହିଞ୍ଜିଳି କାଟୁ ପକ୍ଷରୁ ଶୁକ୍ରବାର ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଛି।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସହକାରୀ ଚିକିତ୍ସକ ଡାକ୍ତର ବଳରାମ ଜେନା ଓ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗ ଦେଇଥିଲେ।ପୌର ପରିଷଦ ଅଞ୍ଚଳରେ ଦୈନନ୍ଦିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଅଧିକାରୀ,

ପୁରୁଷ ଓ ମହିଳା କର୍ମଚାରୀ ,ସଫାଇ ଦିଦି ଓ ଭାଇ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅଣ ସଂକ୍ରମଣ ରୋଗର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରା ଯାଇଥିଲା।ଶିବିରରେ ସମୁଦାୟ ୧୯୮ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକୀୟ ଔଷଧ ବିତରଣ କରଯାଇଥିଲା।ଶିବିରରେ କନିଷ୍ଠ ପରିମଳ ଅଧିକାରୀ ସମୀର ମହାନ୍ତି,ଫିନି ପ୍ରୋଗ୍ରାମ ପରିଚାଳକ ଅଶୋକ ପ୍ରଧାନ,ଫାର୍ମାସିଷ୍ଟ ସାଗର କୁମାର ସାହୁ,ଲାବୋରଟୋରୀ ଟେକ୍ନିସିଆନ ଚିନ୍ମୟ କୁମାର ସାହୁ,ସେବିକା ପ୍ରିୟଙ୍କା ସାହୁ,ସନ୍ଦୀପ ମଳିକ,ନିରାକାର ପ୍ରଧାନ ଓ ଶଙ୍କର ଗୌଡ଼ ପ୍ରମୁଖଙ୍କ ସମେତ ସମସ୍ତ ସ୍ୱଚ୍ଛ ସୁପର ଭାଇଜର,ସ୍ୱଚ୍ଛସାଥୀ ଓ ସଫାଇ କର୍ମଚାରୀ ଉପସ୍ଥିତ ଥିଲେ।

No Result
View All Result