No Result
View All Result
୨୦ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳନ ହୋଇଯାଇଛି । ଏହି ପରିପେକ୍ଷୀରେ ସ୍ଥାନୀୟ କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆଶ୍ରମର ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା ।
ଚାଳକ ମାନେ କିପରି ସତର୍କତାର ସହ ଗାଡ଼ି ଚାଳନା କରିବେ , ଟ୍ରାଫିକ ନିୟମ ମାନିବା, ବିପଦପୂର୍ଣ୍ଣ ଗାଡ଼ି ଚାଳନାରୁ ଦୂରେଇ ରହିବା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋଟର ଚାଳକ ସଂଘ ସଭାପତି ଏନ. ଶ୍ରୀନୁ, ଉମାଶଙ୍କର ଜେନାଙ୍କ ସହ ପାରଳାଖେମୁଣ୍ଡି ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ.

No Result
View All Result