No Result
View All Result
୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ଏମ ରାମପୁର ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ବଜିତ ଦାସ , ଏସ ଡି ପି ଓ କେସିଙ୍ଗା ଶ୍ରୀ ରୋହିତ ବର୍ମା,ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂହଦେଓଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଜନ ଶୁଣାଣି ଶିବିରରେ ମୋଟ ୫୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୩୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା . ୦୩ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏମ ରାମପୁର ବ୍ଲକର ହରିଶ୍ ଚନ୍ଦ୍ରପୁର ଗ୍ରାମର ରିଞ୍ଜୁ ମାଝୀଙ୍କୁ ଘରଭଙ୍ଗା ସହାୟତା ବାବଦକୁ ୫୦୦୦ ଟଙ୍କା ମଞ୍ଜୁର କରାଯାଇଥିଲା ।
No Result
View All Result