• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ ବ୍ଲକର ଓ ଏଲ ଏମ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବୀ

Proprietor Abhimanyu Maharana by Proprietor Abhimanyu Maharana
September 19, 2023
in ଓଡ଼ିଶା, ଗଜପତି, ହୋମ୍
0
ରାୟଗଡ଼ ବ୍ଲକର ଓ ଏଲ ଏମ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବୀ
Share on FacebookShare on TwitterWhatsapp

୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଓ ଏଲ ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳିଛି। ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ୱି କରିବା ପାଇଁ ଓଡ଼ିଶା ଜୀବିକା ମିସନ୍ ର ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଉଥିବା ବେଳେ ରାୟଗଡ଼ ବ୍ଲକରେ ଏହାର ସଠିକ୍ ରୂପେ କାର୍ଯ୍ୟକାରୀ ନ ହୋଇ ଏହାର ବ୍ୟତିକ୍ରମ ହୋଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ରେ ଗ୍ରାମୀଣ ଆଦିବାସୀ ମହିଳା ମାନଙ୍କର ସରଳତାର ସୁଯୋଗ ନେଇ ବ୍ଳକ ରେ ଥିବା ଓଏଲଏମ୍ ଅଧିକାରୀ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ତଥା ବି ପି ଏମ ଓ ତାଙ୍କ ଅଧିନରେ ଥିବା କିଛି ନିର୍ଦ୍ଧିଷ୍ଟ କେତକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାନେ ସରକାରୀ ଯୋଜନାକୁ ଲୋକଙ୍କ ଠାରେ ପହଞ୍ଚାଇବା ପରିବର୍ତ୍ତେ ଏ ଅଞ୍ଚଳର ଜନସାଧାରଣ ଙ୍କ ସରଳତାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କା ସରକାରି ଅର୍ଥ ଆତ୍ମସାତ କରି ଥିବା ଅଭିଯୋଗ ଶୁଣିବାକୁ ମିଳିଛି ।

ରାୟଗଡ଼ ବ୍ଲକର କେତେକ ପଞ୍ଚାୟତର ମହିଳା ସଂଘର ମା ମାନେ ଛେଳି ପାଳନ କରୁଥିବା ବେଳେ ସେମାନଙ୍କ ଛେଳି ମାନଙ୍କ ବଂଶ ବିସ୍ତାର ନିମନ୍ତେ ସଂପୃକ୍ତ ଗ୍ରୁପ ର ମା ମାନଙ୍କୁ ଗୋଟିଏ ଗୋଟିଏ ଅଣ୍ଡିରା ଛେଳି ବା ବୋଦା ଦେଇ ଛେଳି ମାନଙ୍କ ବଂଶ ବିସ୍ତାର କରିବା ପାଇଁ ସରକାରଙ୍କ ତରଫରୁ ଦଶ ହଜାର ଟଙ୍କା ଲେଖାଏଁ ଗୋଟିଏ ଗୋଟିଏ ବୋଦାର ସରକାରୀ ମୂଲ୍ୟ ଧାର୍ଯ୍ୟ ଥିବା ବେଳେ ରାୟଗଡ଼ ବ୍ଳକ୍ ବିପିଏମ୍ ସଂପୃକ୍ତ ସ୍ୱୟଂ ସହାୟିକା ମହିଳା ମାନଙ୍କୁ ଛେଳି ବୋଦା କ୍ରୟ କରି ଦେବା ପରିବର୍ତ୍ତେ ସଂପୃକ୍ତ ମହିଳା ମାନଙ୍କୁ ଆଠ ଶହରୁ ଏକ ହଜାର ଟଙ୍କା ଦେଇ ଅବଶିଷ୍ଟ ଟଙ୍କାକୁ ନିଜେ ଏବଂ କିଛି ନିର୍ଦ୍ଧିଷ୍ଟ ଏମ.ବି.କେ ମାନଙ୍କ ସହ ମିଶି ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ କିଛି ହିତାଧିକାରୀ ମହିଳା ମାନେ ଅଭିଯୋଗ କରି କହିଛନ୍ତି। ମିଳି ଥିବା ସୂଚନା ପ୍ରକାରେ ଡମ୍ୱାଳ , ଅମେଡା, କେରାଣ୍ଡି, ଆଦି ପଞ୍ଚାୟତର ମହାସଂଘ କୁ ଆସିଥିବା ଲକ୍ଷାଧିକ ଅର୍ଥକୁ କରଡାସିଂ ପଞ୍ଚାୟତର କୃଷୀମିତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଏବଂ ଏଙ୍ଗାରସିଂ,

ଲୋବା ଓ ଗଙ୍ଗାବାଡ ପଞ୍ଚାୟତର ମହାସଂଘର ଜି ପି ଏଲ୍ ଏଫ୍ ଫଣ୍ଡରୁ ଜିରାଙ୍ଗ ଗ୍ରାମର ଛେଳି ବ୍ୟବସାୟ କରୁ ନ ଥିବା ବ୍ୟକ୍ତି ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଥିବା ଜଣାପଡିଛି । ସଂପୃକ୍ତ ଥିବା ପଞ୍ଚାୟତର ଅଭିଯୋଗର ସତ୍ୟା ସତ୍ୟ ଜାଣିବା ପାଇଁ ଆମେ ଘଟଣାସ୍ଥଳ ଏଙ୍ଗାରସିଂ ପାଞ୍ଚାୟତର ସର୍ଗି ସାହି, ବଡ଼ ସଡା ଓ ଏଙ୍ଗାରସିଂ ଗ୍ରାମକୁ ଯାଇ ମା ମାନଙ୍କୁ ପଚାରିବାରୁ ସେମାନେ ପ୍ରକାଶ କରିଥିଲେ ଯେ ଆମକୁ କିଛି ଛେଳି ବୋଦା ଦେଇ ନାହାଁନ୍ତି କିନ୍ତୁ ଆମେ ପାଳନ କରିଥିବା ଛେଳି ବୋଦାକୁ କାନରେ ଗୋଟିଏ ସିଲ୍ ମାରି କାହାକୁ ଆଠ ଶହ ଓ କେତେକଙ୍କୁ ଏକ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଥିଲେ କିଛି ହିତାଧିକାରୀ ମହିଳା । ଉକ୍ତ ଘଟଣାକୁ ନେଇ ରାୟଗଡ଼ ଓଡ଼ିଶା ଜୀବିକା ମିଶନର ବ୍ଳକ୍ ଅଧିକାରିଣୀ ଲତିକା ଦେବୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଅଭିଯୋଗ ସମ୍ପର୍କ ବିଷୟରେ ମତାମତ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କେମେରା ବନ୍ଦ କରିବାକୁ ତାଗିଦ୍ କରିବା ସହ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ଆଣିଛ କି ବୋଲି ସାମ୍ୱାଦିକ ମାନଙ୍କୁ ପ୍ରଶ୍ନ କରି ନିଜ କାର୍ଯ୍ୟଳୟ ପରିସରରୁ ବାହାରକୁ ଚାଲି ଯାଇଥିଲେ।

ତେବେ ଏ ନେଇ ରାୟଗଡ଼ ବ୍ଲକର ବିଡିଓ ସୁଧୀର କୁମାର ସିଂଙ୍କ ମତାମତ ଜାଣିବାକୁ ଚେଷ୍ଟା କରିବାରୁ ସେ ଉକ୍ତ ଘଟଣା ବିଷୟରେ ଗଣ ମାଧ୍ୟମ ପ୍ରତିନିଥି ମାନଙ୍କ ଠାରୁ ସମସ୍ତ ବିଷୟ ବୁଝି ସଂପୃକ୍ତ ମହିଳା ମା ମାନେ କେମେରା ଆଗରେ କହିଥିବା ଭିଡିଓ ଦେଖି ସଂପୃକ୍ତ ଘଟଣାର ପୁଙ୍ଖାନୂପୁଙ୍ଖା ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ନିରୀହ ସରଳ ଆଦିବାସୀ ମହିଳା ମାନଙ୍କୁ କେବେ ନ୍ୟାୟ ମିଳିବ ବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଏ ଅଞ୍ଚଳର ଜନସାଧାରଣ ଦାବୀ କରିଛନ୍ତି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର

October 8, 2026
ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ

October 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

October 8, 2026
ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version