No Result
View All Result
୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ମୋ ମାଟି, ମୋ ଦେଶ ସମାବେଶରେ ରାଜ୍ୟ ଭାଜପା ସଭାପତି ମୋନମୋହନ ସାମଲ ଯୋଗ ଦେଇଥିବାର ଜଣାପଡିଛି । ଶ୍ରୀ ସାମଲଙ୍କୁ ଜିଲ୍ଲା ଭାଜପା ପକ୍ଷରୁ ଭବ୍ୟ ସ୍ବାଗତ କରିବା ସହ ସ୍ଥାନୀୟ ଫରେଷ୍ଟ ଗେଟ ଠାରୁ ଜଗନ୍ନାଥ ମନ୍ଦିର ଯାଏ ଏକ ବିରାଟ ପଟୁଆରରେ ପାଛୋଟି ଆଣିଥିଲେ । ଜଗନ୍ନାଥ ମନ୍ଦିରରେ ସଂଗ୍ରହ କରାଯାଇଥିବା ମାଟିକୁ ବନ୍ଦାପନା କରାଯାଇଥୁଲା । ଏହାପରେ ପୁଣି ଏକ ପଟୁଆରରେ ବାହାରି ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହାପରେ ଦଳୀୟ ବୈଠକରେ ଯୋଗ ଦେଇ ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥ, ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ସୋରଜ କର, ଗଜପତି ଜିଲ୍ଲା ପ୍ରଭାରୀ ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ବର ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ପ୍ରମୁଖଙ୍କ ସମେତ ଜିଲ୍ଲା ଭାଜପା ନେତୃବୃନ୍ଦ ଓ ଶତାତ୍ତ୍ୱିକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା

No Result
View All Result