No Result
View All Result
୧୮ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନିଖିଳ ଉତ୍କଳ ବାରିକ ସମିତି ନୟାଗଡ଼ ଜିଲ୍ଲା ଶାଖା ବ୍ଲକ କାର୍ଯ୍ୟ କର୍ତ୍ତା ମାନଙ୍କ ବୈଠକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ରାଜ୍ୟ ଉପସଭାପତି କୁଳମଣୀ ବାରିକ, ହିରାଲାଲ ବେହେରା ରାଜ୍ୟ ସଧାରଣ ସମ୍ପାଦକ କମ୍ଭୁପାଣି ପରିଛା ସମ୍ପାଦକ ନୀଳାଚଳ ଦାସ ରାଜ୍ୟ କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାପାତ୍ର ଓ ସମାଜ ଜ୍ୟୋତି ଶ୍ରୀଯୁକ୍ତ ବଂଶୀଧର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦନ କରିଥିଲେ।

କୁଳ ଇଷ୍ଠ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ଦେବା ଙ୍କ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ରାଜ୍ୟ ସଭାପତି ବୈଠକ କୁ ଉଦ୍ଘାଟନ କରିଥିଲେ। ଭାପୁର ବ୍ଲକ ଅନ୍ତର୍ଗତ ବେରଙ୍ଗା ଗ୍ରାମ ର ବୀଣାପାଣି ଭଜନ ସନ୍ଧ୍ୟା କଳାକାର ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରା ଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ବାରିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକ ଯଥା ନୟାଗଡ଼,ଭାପୁର,ଖଣ୍ଡପଡ଼ା,ଗଣିଆ,ଦଶପଲ୍ଲା,ରଣପୁର,ଓଡ଼ଗାଁ ଓ ନୂଆଗାଁ ବ୍ଲକ ସଭାପତି ଅମିନେଶ ଡାକୁଆ,ବିରଞ୍ଚି ବାରିକ,କାହ୍ନୁଚରଣ ବାରିକ,ମନୋରଞ୍ଜନ ବାରିକ,ଗୋପୀନାଥ ବାରିକ,ସତ୍ୟନାରାୟଣ ବାରିକ,
ପ୍ରମୋଦ କୁମାର ବେହେରା,ପ୍ରସନ କୁମାର ସାମଲ ସମ୍ପାଦକ ସିତାରାମ ବେହେରା ,ପପୁନ କୁମାର ବାରିକ , ତପନ କୁମାର ବାରିକ, ନିରଞ୍ଜନ ବାରିକ, ପଞ୍ଚାନନ ବାରିକ,ଧନେଶ୍ଵର ବାରିକ,ଗଙ୍ଗାଧର ପତଙ୍ଗ ରବୀନ୍ଦ୍ର କୁମାର ଡାକୁଆ ଙ୍କ ସମେତ ବ୍ଲକ କର୍ମ କର୍ତ୍ତା ମାନଙ୍କୁ ରାଜ୍ୟ ସଭାପତି ସମ୍ବର୍ଦ୍ଧିତ କରିଥିଲେ। ନୟାଗଡ଼ ଜିଲ୍ଲା ଶାଖା ନୂତନ ଭାବେ ଗଠନ ହୋଇ ସମସ୍ତ ଆଠ ଗୋଟି ବ୍ଲକ କୁ ସଂଗଠିତ କରିଥିବା ରୁ ଜିଲ୍ଲା ସଭାପତି ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ରାଜ୍ୟ ସଭାପତି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ରେ ବାରିକ ଜାତି ମଧ୍ୟ ରେ ଯେଉଁ ବାଡ଼, ଭେଦ ଭାବ ରହିଛି ତାହା କୁ ଉଚ୍ଛେଦ କରି ସମସ୍ତେ ଏକତା ସୂତ୍ର ରେ ବାନ୍ଧି ହୋଇ ଜାତି ଲୋକ ମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ବୈଠକ ରେ ମତ ପ୍ରକାଶ ପାଇଥିଲା।

ବାରିକ ଜାତି ର ଲୋକ ମାନଙ୍କ ର ସାମାଜିକ ଓ ଅର୍ଥ ନୈତିକ ବିକାଶ ନିମନ୍ତେ ନିଖିଳ ଉତ୍କଳ ବାରିକ ସମିତି ରାଜ୍ୟ କମିଟି ଦ୍ବାରା ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ବାରମ୍ବାର ଦାବୀ ପ୍ରଦାନ କରାଯାଇଥିଲା। ଫଳ ସ୍ୱରୂପ ରାଜ୍ୟ ସରକାର agust ମାସ 2 ତାରିଖ ରେ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନା ରେ ପାରମ୍ପରିକ ବୃତ୍ତି ରେ ନିୟୋଜିତ ବାରିକ ମାନଙ୍କୁ ରାଜ୍ୟ ସରକାର ଅନ୍ତର୍ଭୁକ୍ତ କରାଇବା ଓ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନା ରେ ଅନ୍ତର୍ଭୁକ୍ତ କରିଥିବା ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏକତା ହିଁ ସଂଘ ର ବଳ।
ଏକତା ବଳ ରେ ପ୍ରତ୍ୟେକ ସମସ୍ୟା ର ସମାଧାନ ହୋଇପାରିଛି ଏକତ୍ରିତ ସଂଗଠିତ ହୋଇ ରହିଲେ ଆଗାମୀ ଦିନରେ ରେ ଅନେକ ଅସମ୍ଭବ କାର୍ଯ୍ୟ କୁ ନିଖିଳ ଉତ୍କଳ ବାରିକ ସମିତି ସମ୍ଭବ କରିପାରିବ ବୋଲି ରାଜ୍ୟ ସଭାପତି ହେମନ୍ତ କୁମାର ବାରିକ ଅଭିଭାଷଣ ରେ କହିଥିଲେ। ଜିଲ୍ଲା ଉପସଭାପତି ଇନ୍ଦ୍ରମଣି ବାରିକ ଧନ୍ୟବାଦ୍ ପ୍ରଦାନ କରିଥିଲେ ଓ ସଭା ସାଙ୍ଗ ହୋଇଥିଲା ।

No Result
View All Result