୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ତାକୁଡ଼ା ଠାରେ ନିର୍ମାଣ ହେଉଥିବା ୩୩/୧୧ କେଭି ସବଷ୍ଟେସନ ଆସନ୍ତା ୨୦ ତାରିଖ ବୁଧବାର ଦିନ ଶୁଭଉଦ୍ଘାଟନ ହେବାକୁ ଥିବାବେଳେ ଆଜି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ତାକୁଡ଼ା ୩୩/୧୧ କେଭି ସବଷ୍ଟେସନ ବୁଲି ପରିଦର୍ଶନ କରି ଚାଲୁ ରହିଥିବା କାର୍ଯ୍ୟ ତଦାରଖ କରିଥିଲେ ।

ଏତତ୍ ବ୍ୟତୀତ ଏହି ପରିଦର୍ଶନ ସମୟରେ ବିଭାଗୀୟ ଯନ୍ତ୍ରୀ, ଇଲେକ୍ଟ୍ରି ଏସ, ଡିଓ ତନ୍ମୟ କୁମାର ପୃଷ୍ଟି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ,୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଜାନୀ ଙ୍କ ସମେତ ବହୁ ସ୍ଥାନୀୟ ନେତୃ ମଣ୍ଡଳୀ ଉପସ୍ଥିତଥିଲେ । ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ଙ୍କ ଲୋକାଭିମୁଖି କାର୍ଯ୍ୟକୁ ପ୍ରଶଂସା କରି ସ୍ଥାନୀୟ ନେତୃ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଭୂୟସୀ ପ୍ରଶଂସା କରିଥିବା ଶୁଣିବାକୁ ମିଳିଥିବାବେଳେ

ଆସନ୍ତା ୨୦ ତାରିଖଦିନ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କ କରକମଳରେ ଏହି ସବଷ୍ଟେସନ ଟି ଉଦ୍ଘାଟନ ହେବାକୁଥିବା ଶୁଣିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ସବଷ୍ଟେସନ ଟି ଚାଲୁହେଲା ପରେ ଦଶପଲ୍ଲା ବ୍ଲକରେ ଲୋ ଭଲ୍ଟେଜ ସମସ୍ୟା ବାରମ୍ବାର ବିଦ୍ୟୁତ୍ କାଟ ସମସ୍ୟା ଏବଂ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକୁ ସଠିକ ଭାବରେ ବିଦ୍ୟୁତ୍ ସରବରାହ ସଠିକ୍ ଭାବରେ ମିଳିପାରିବ ବୋଲି କହିଛନ୍ତି ଅଂଚଳବାସୀ ।















