୧୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆଇଆଇସି ଶ୍ରୀନିବାସ ସେଠିଙ୍କୁ ସ୍ୱାଗତ କରାଯିବା ସହ ପ୍ରାକ୍ତନ ଆଇଆଇସି ଅଭିମନ୍ୟୁ ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଥାନା ପରିସରରେ ଥାନା ଏସ.ଆଇ କମଲୀନି ନାଇକଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ,
ଆସିକା ଏସଡିପିଓ ଉମାଶଙ୍କର ସିଂ, ପାଟପୁର ଆଇଆଇସି ସବ୍ୟସାଚି ମଲ୍ଲ, ଆସିକା ଆଇଆଇସି ସ୍ୱରୁପ କିଶାନ, ଧରାକୋଟ ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି, କୋଟିନଡା ଆଇଆଇସି କୃଷ୍ଣଚନ୍ଦ୍ର ସାହା, ସୋରଡା ଆଇଆଇସି ଅନିଲ କୁମାର ପରିଡା ପ୍ରମୁଖ ମଞ୍ଚାସିନ ଥିଲେ । ବିଦାୟୀ ଆଇଆଇସି ଶ୍ରୀ ଦାସଙ୍କ କାର୍ଯ୍ୟଶୌଳୀ, ସାଧାରଣ ଜନତାଙ୍କ ସହ ସୁସର୍ମ୍ପକ ସହ ଉଚିତ ନ୍ୟାୟ ପ୍ରଦାନ ଏବଂ ତ୍ୱରିତ ପଦକ୍ଷେପକୁ ମଞ୍ଚାସିନ ଅତିଥି ବୃନ୍ଦ ଭୂୟସୀ ପ୍ରଂଶସା କରିଥିଲେ ।
ହିଞ୍ଜିଳିବାସୀଙ୍କ ଅକୁଷ୍ଠ ସହଯୋଗ ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ଆଇନଜୀବି, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୁଦ୍ଧିଜୀବିଙ୍କ ସହଯୋଗ ପ୍ରଶଂସନୀୟ ଏବଂ ହିଞ୍ଜିଳିବାସୀଙ୍କ ନିକଟରେ ମୁଁ ଚୀର ଋଣୀ । ସବୁ ସମୟରେ ହିଞ୍ଜିଳି ଅଞ୍ଚଳ ମୋ ପାଇଁ ମନ ରହିବ ବୋଲି ବିଦାୟୀ ଆଇଆଇସି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନୂତନ ଆଇଆଇସି ଶ୍ରୀ ସେଠି ଟ୍ରାଫିକ ନିୟନ୍ତ୍ରଣ, ଅପରାଧ ଦମନ ଓ ସାଧାରଣ ଜନତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହ ହିଞ୍ଜିଳି ଥାନା ଅଞ୍ଚଳର ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
କାର୍ଯ୍ୟକ୍ରମକୁ ଥାନା ଏସ.ଆଇ, ସୁନିଲ କଣ୍ଡୋଗିରି ପରିଚାଳନା କରିଥିବା ବେଳେ ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନା, ଏଏସଆଇ ଅନନ୍ତ ଶବର, କାଳି ଚରଣ ସ୍ୱାଇଁ, ସୁବାଷ ମିଶ୍ର, ଉପେନ୍ଦ୍ର କାର୍ସ୍କା, ମନୋଜ ସେନାପତି, ଜୋତ୍ସ୍ନା ସାହୁ, ହାବିଲଦାର ପ୍ରମୋଦ ଗନ୍ତାୟତ, ଜିତେନ୍ଦ୍ର ଗୌଡ, ସରୋଜ ରଣସିଂ, ପ୍ରମୋଦ ଦଳାଇ, ରଶ୍ମିତା ସ୍ୱାଇଁଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।