୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ସକାଳୁ ମହୁରୁଣ୍ଡି ରୁ ଭାଲୁଡୁଙ୍ଗୁରି ମୁଖ୍ୟ ରାସ୍ତାରେ ଏକ ବମୁର ଗଛ ପଡ଼ି ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାବନ୍ଦ ରହିଥିଲା । ମୁଖ୍ୟ ରାସ୍ତା ହୋଇଥିବାରୁ ଟ୍ରକ, ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡ଼ି ଅଟକି ରହିଥିବାରୁ ଲୋକେ ଯିବା ଆସିବାରେ ହଇରାଣ ହରକତ ହେଇଥିଲେ ।

କୌଣସି ସୂତ୍ରରୁ ଖବର ପାଇବା ପରେ ସମାଜ ସେବୀ ରୁପେନ୍ଦ୍ର ମୁଣ୍ଡା ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରି ଜଣାଇ ଥିଲେ ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତାରେ ପଡ଼ିରହିଥିବା ଗଛକୁ ହଟାଇବାରୁ ରାସ୍ତାରେ ପୁଣି ଯିବା ଆସିବା ସ୍ଵାଭାଭିକ ହୋଇଥିଲା ।














