No Result
View All Result
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ :-> ଓଡିଶା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଶାଖା ସମସ୍ତ କର୍ମକର୍ତ୍ତାଗଣ ଓ ସଭ୍ୟସଭ୍ୟାଗଣ ଆଜି ଠାରୁ ସାମୂହିକ ଛୁଟିରେ ରହି ଧାରଣା ଦେଇଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ ବ୍ଲକ ପ୍ରଥମିକ ଶିକ୍ଷକଶିକ୍ଷୟତ୍ରୀ ସଂଘର ଆବାହକ ଭାଷ୍କର ଶବର ଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟତ୍ରୀ ସମୂହ ରାୟଗଡ଼ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂରର୍ଣ୍ଣ ଧାରଣା ଦେଇଥିବାର ଦେଖିବାକୁ ମିଳିଛି ।
ଏହି ଅବସରରେ ରାଜ୍ୟ ସରକାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସଂଘ ତରଫରୁ କୁହାଯାଇଛି ଯେ, ସରକାରଙ୍କୁ ବହୁ ପୂର୍ବରୁ ବିଭିନ୍ନ ଦାବି ସମୂହକୁ ନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଯୋଗୁଁ ଆଜି ଠାରୁ ସମୂହ ଛୁଟିରେ ରହି ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯାଇଛି । ଦାବି ସମୂହ ପୁରଣ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ଏହି ଆନ୍ଦୋଳନରେ ରାୟଗଡ଼ ବ୍ଲକର ଓ ପି ସି ଏ ର ସମ୍ପାଦକ ଶ୍ୟାମଘନ୍ ଭୂୟାଁ ଓପିଟିଏର ସଭାପତି . K ଲକ୍ଷ୍ମଣ ରାଓ ଙ୍କ ସହ ୨୦୦ରୁ ଉର୍ଦ୍ଧ ଶିକ୍ଷକଶିକ୍ଷୟତ୍ରୀ ଯୋଗଦେଇଥିଲେ l
No Result
View All Result