No Result
View All Result
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> କେବେ ଖୋଲିବ ବିଦ୍ୟାଳୟ ଏନେଇ ଛାତ୍ର ଛାତ୍ରୀ,ଅଭିଭାବକ ମାନଙ୍କ ମନରେ ପ୍ରଶ୍ନ?ଯଦି ଶିକ୍ଷକ ମାନଙ୍କ ଦାବି ଯଥାର୍ଥ ତେବେ ସରକାର ବିଳମ୍ବ କରି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କାହିଁକି ଅନ୍ଧକାର କରୁଛନ୍ତି।ସେପଟେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ୍ ଡାକରାରେ ସମଗ୍ର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟି ନେଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି।
ନୂଆଗାଁ ବ୍ଲକର ୪୨୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଛୁଟି ନେଇ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଫଳରେ ୧୧୪ ବିଦ୍ୟାଳୟରେ ତାଲା ଝୁଲୁଛି। ୯ ହଜାର୪୦୦ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି l ଅନ୍ୟ ପଟେ ରାଜ୍ଯ ସରକାର ଶିକ୍ଷକ ମାନଙ୍କର ଦାବି ପୁରଣ ନକଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିବ ବୋଲି ନୂଆଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୂଚନା ମିଳିଛି। ଆଜିର ଆନ୍ଦୋଳନରେ ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ମହାସଚିବ ସୁରେଶ ଚନ୍ଦ୍ର ମହାପାତ୍ର,

ମିଳିତ ଶିକ୍ଷକ ସଙ୍ଘ ସଭାପତି ଚିନ୍ତାମଣି ମିଶ୍ର,ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଧୀର କୁମାର ପ୍ରଧାନ,ସମ୍ପାଦକ ନରେନ୍ଦ୍ର କୁମାର ବେହେରା , ଉପ ସଭାପତି ଅଶୋକ କୁମାର ପଣ୍ଡା,ଜିଲ୍ଲା ପ୍ରତିନିଧି ଗତିକୃଷ୍ଣ ପ୍ରଧାନ,ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି ପ୍ରକାଶ କୁମାର ବେହେରା , ସମ୍ପାଦକ ସୁଧି ରଞ୍ଜନ ପରିଡ଼ା, ଶିକ୍ଷକ ନେତା ଶ୍ରୀନିବାସ ରଥ,ରାକେଶ କୁମାର ଘଡେ଼ଇ,କୈଳାସ ନାୟକ,ପବନା ନାୟକ,ଦିଲ୍ଲୀପ ଦାସ ଙ୍କ ସମେତ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ଉପସ୍ଥିତ ଥିଲେ।ଏପଟେ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ଦାବି କୁ ନେଇ ତୁରନ୍ତ ପଦକ୍ଷେପ ନେଉନଥିବା ଯୋଗୁଁ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।


No Result
View All Result