୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ଲାଠିପଡାରେ, ନୟାଗଡ ଜିଲ୍ଲା ଆଇନ ସେବା ଆନୁକୁଲ୍ଯରେ ପୋକସୋ ନିୟମ ଏବଂ ପିଡୀତା ସହାୟତା ଉପରେ ଏକ ସଚେତନତା କାର୍ଯ କ୍ରମ ଅନୁଷ୍ଠିତ ହୋଇଅଛି । ଛାତ୍ରୀ ଅନୁସୂୟା ପାତ୍ର ସ୍ଵାଗତ, ଅତିଥୀ ପରିଚୟ ଏବଂ ସଚେତନତର ଆଭିମୁଖ୍ଯ ବର୍ଣ୍ଣନା କରିଥିଲେ ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକସୋ ଅଧିନିୟମ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ପିଡୀତା ସହାୟତା ବୁଝାଇଥିଲେ । ଆଇନ ସଚେତନତା ଦ୍ଵାରା ଛାତ୍ର ଜୀବନରେ ଏକ ଶ୍ରୁଙ୍ଖଳିତ ଜୀବନଶୈଳୀର ଲକ୍ଷ ହାସଲରେ କିପରି ସହାୟକ ହୋଇପାରିବ ଦର୍ଶାଇଥିଲେ ।

ଅଧ୍ୟକ୍ଷ ଡଃ ମାନସ ରଞ୍ଜନ ଶତପଥି, ତାଙ୍କର ବକ୍ତବ୍ୟରେ ଆତ୍ମ ବିଶ୍ବାସ, ଆତ୍ମ ନିର୍ଭର ହେଉଛି ବୈଷୟକ ଯୁଗରେ ସମାଜକୁ ସଠିକ ଦିଗ୍ଦର୍ଶନ ଦେଇପାରିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ । ସଦସ୍ୟ ମହମ୍ମଦ ଓମର ମଲ୍ଲିକ ଜାତୀୟତା ଏବଂ ବୈଷୟକ ଜ୍ଞାନର ସଠିକ ବ୍ୟବହାର ଛତ୍ର ସମାଜର ସୁରକ୍ଷାରେ ସହାୟକ ବୋଲି ମତ ରଖିଥିଲେ । ବହୁ ସଂଖ୍ଯାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣକରି ସଚେତନତା ହୋଇଥିଲେ । ଡଃ ଜୟରାମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।















