No Result
View All Result
୧୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ମହାସମାରୋହରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ହିନ୍ଦୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ସ୍ବାଗତ ଜଣାଇ ଥିଲେ ଏବଂ ହିନ୍ଦୀ ଦିବସର ମହତ୍ତ୍ଵ ସମ୍ପର୍କରେ ଧାରଣା ଦେଇଥିଲେ । ସେ ଏହି ବର୍ଷ ନୂତନ ଭାବରେ ଖୋଲିଥିବା ହିନ୍ଦୀ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ନୂଆପଡ଼ା ,ଶରୁ ଅତିଥି ଏବଂ କବି ରମେଶ ଶର୍ମା, କବି ସନ୍ଦୀପ ଚନ୍ଦ୍ରକାର , କବି ଅବଦୁଲ ମଜିଦ୍ ପାୟାମୀ , କବି ନାହିଦା ସ୍ଵ ରଚିତ କବିତା ପାଠ କରିଥିଲେ ଏବଂ ହିନ୍ଦୀ ଭାଷାର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ଭାବରେ ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ମେଜର ଡକ୍ଟର ଜୟଦେବ ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଦାସ ଯୋଗ ଦେଇଥିଲେ।

ଏହି କାର୍ଯକ୍ରମକୁ ଭୂଗୋଳ ବିଭାଗର ସହକାରୀ ଅଧ୍ୟାପିକା ରୋଜ ମେରୀ ଏକ୍କା ପରିଚାଳନା କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଡକ୍ଟର ଅଜୟ କୁମାର ମିଶ୍ର , ଶ୍ରୀ ହର୍ଜିତ୍ ସିଂହ, ଡକ୍ଟର ରାଜକିଶୋର ମହନା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

No Result
View All Result