No Result
View All Result
୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅଡବା ଗ୍ରାମର ଜଙ୍ଗଲରେ ହୋଇଥିବା ବାଉଁଶ କରଡ ଖାଇ ଗୋଟିଏ ପରିବାର ୪ଜଣ ମହିଳା ଓ ଜଣେ ପୁରୁଷ ଅସୁସ୍ଥ ହୋଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଅନ୍ୟ ହେଲେ ଅଡବା ଖ୍ରୀଷ୍ଟିୟାନ ସାହିର ବାଉରାନା ନାୟକ,
ଝିମିସି ନାୟକ, ଇଶ୍ରୀଜା ନାୟକ, ସଲମାନ ନାୟକ, ଆଜି ରାତିରେ ଭାତ ସହତ ବାଉଁଶ କରଡ ତରକାରୀ ଖାଇଥିଲେ । ସକାଳୁ ସମସ୍ତଙ୍କ ପେଟ ବ୍ୟଥା ସହିତ ଝାଡାବାନ୍ତି ହୋଇଥିଲା । ସମସ୍ତକୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଝିମିସା ନାୟକ ଗୁରୁତ୍ବର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବାର ସ୍ଥାନୀୟ ଡାକ୍ତର କହିଛନ୍ତି ।
No Result
View All Result