୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ଆଜି ଦଶପଲ୍ଲା ସ୍ଥିତ ଖମାରସାହି ନିକଟରେ ଦଶପଲ୍ଲା ବିଜୁ ଜନତା ଦଳ ର ସୌଜନ୍ୟରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଖମାରସାହି ପଞ୍ଚାୟତରପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ସାମିଲ ହୋଇଥିଲେ । ଏବଂ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଏକ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛୋଟି ନେଇଥିଲେ । ପରେ ପରେ ବିଧାୟକଙ୍କ ସମେତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନାଜେନା,ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,

ଦଶପଲ୍ଲା ବ୍ଲକ ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ,ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନର ଜିଲ୍ଲା ପରିଷଦ ସଭ୍ୟ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲର ଏବଂ ଖମାରସାହି ପଞ୍ଚାୟତର ଉପସ୍ଥିତ ଜନସାଧାରଣ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇ “ସେବା ଓ ସମର୍ପଣ ର ୪ ବର୍ଷ,ପ୍ରଗତି ପଥେ ଖମାରସାହି ପଞ୍ଚାୟତ ” ନାରା ଦେଇ ଖମାରସାହି ପଞ୍ଚାୟତ ପରିଭ୍ରମଣ କରି ଖମାରସାହି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ ଦଶପଲ୍ଲା ବିଧାୟକ ।

ଏବଂ ଉକ୍ତ କର୍ମୀ ସମ୍ମିଳନୀରେ ଖମାରସାହି ପଞ୍ଚାୟତବାସି ଦଶପଲ୍ଲା ବିଧାୟକ ଙ୍କ ଲୋକାଭିମୁଖି କାର୍ଯ୍ୟକୁ ବର୍ଣ୍ଣନା କରି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ରମେଶ ବେହେରା ଙ୍କ ହାତମୁଠାକୁ ଟାଣ କରି ପୁଣି ଥରେ ରମେଶ ବେହେରା ଙ୍କୁ ବିଧାୟକ ରୂପେ ବିଜୟ କରିବା ପାଇଁ ନିଷ୍ପତି ନେବା ସହ ଶପଥ ପାଠ କରିଥିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ୍ ବହୁତ୍ କୃତଜ୍ଞତା ଜଣାଇଥିବା ଜଣାପଡିଥିଲା ।
















