No Result
View All Result
୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଆହ୍ୱାନ କ୍ରମେ ୨ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ନେଇ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିଥିଲା।ଗତ ମାସ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସେବା ରହିତ ଆନ୍ଦୋଳନ ଜାରି ରହିଥିଲା। ପୁଣି ୭ ତାରିଖ ଠାରୁ ପ୍ରତିବାଦ ସ୍ବରୂପ ପିଇଓ ସଙ୍ଘ ପକ୍ଷରୁ କଳାବ୍ୟାଜ ଧାରଣ କରି ସେବା ରହିତ ଆନ୍ଦୋଳନ ଜାରି ରହିଥିଲା।ଅନ୍ତିମରେ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା ଉଦାସୀନତା ଓ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଆନ୍ଦୋଳନକୁ ତୀବ୍ରତର କରାଯାଇ ସାମୁହିକ ଭାବେ ଛୁଟି ନେଇ ଗଣ ଧାରଣାରେ ସାମିଲ ହୋଇଥିଲେ।
ଗତ ମାସ ୧୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପିଇଓ ସଙ୍ଘ ପକ୍ଷରୁ ଗଣ ଧାରଣାରେ ସାମିଲ ହୋଇଥିଲେ।ଦୀର୍ଘ ୨୧ଦିନ ପରେ ରାଜ୍ୟ ସଙ୍ଘର ନିର୍ଦ୍ଦେଶ ଅନୁଯାୟୀ ହିଞ୍ଜିଳିକାଟୁ ପିଇଓ ସଙ୍ଘ ଶୁକ୍ରବାର ସାମୁହିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।ରାଜ୍ୟ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକର ନିଷ୍ପତ୍ତିକୁ ସମ୍ମାନ ଜଣାଇ ୧ ମାସ ପାଇଁ ଗଣ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ପିଇଓ ସଂଘ ପକ୍ଷରୁ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କୁ ଶୁକ୍ରବାର ଠାରୁ ସାମୁହିକ ଭାବେ କାର୍ଯ୍ୟରେ ଯୋଗଦାନ ନିମନ୍ତେ ଏକ ସମ୍ମତିପତ୍ର ପ୍ରଦାନ କରିଥିଲେ। ହିଞ୍ଜିଳିକାଟୁ ବ୍ଲକ ପିଇଓ ସଂଘ ସଭାପତି ସୁଶାନ୍ତ କୁମାର ପାତ୍ର,ବିଜୟ କୁମାର ସେଠୀ,କାଳୁ ଚରଣ ବେହେରା,ବାସୁଦେବ ବେହେରା, ବେଣୁଧର ବେହେରା, ଜି. ଯୁଧିଷ୍ଠିର ରେଡ୍ଡୀ, ବୈଷ୍ଣବ ମଣ୍ଡଳ,ଭି.ହରି,ସୁଶାନ୍ତ ପଟ୍ଟନାୟକ,ଇ. ଶଙ୍କର ରାଓ,ଶଙ୍କର ମହାନ୍ତି,ସାରଣୀ ଗମାଙ୍ଗ, ଚିନ୍ତାମଣି ଗୌଡ଼, ଲମ୍ବୋଦର ଗୌଡ଼ ଓ ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result