No Result
View All Result
୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଆଗାମୀ ନିର୍ବାଚନ ଡ଼ିସେମ୍ବର ୨୦୨୩ ରେ ହେଉ ଅଥବା ୨୦୨୪ ନିର୍ଦିଷ୍ଟ ସମୟ ସୀମାରେ ହେଉ ଶାସକ ଦଳର ପ୍ରାର୍ଥୀ ଯେଉଁ ମାନେ କି ୨୦୧୯ ପରାଜୟ ବରଣ କରିଥିଲେ. ସେମାନେ ଦୀର୍ଘ ୫ ବର୍ଷ ଧରି ଟିକେଟ ଆଶାରେ ନବୀନ ବାବୁ ଏବଂ ତୃତୀୟ ମହଲାର ଜୟ ଜୟ ଗାନ କରୁଛନ୍ତି । ଆଶା ଅନେକ ମାତ୍ର ଏବେ କେଉଁ ମାନଙ୍କର ଟିକେଟ କଟିବ ଚିନ୍ତା ଘାରିଛି ।
କାରଣ ଏଥର କୁଆଡେ ଆ.ଏ.ସ. , ଓ ଓ.ଏ.ସ. ଅଧିକାରୀ ମାନଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ସବୁଜ ସଂକେତ ମିଳିଗଲାଣି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର କଥା ଆଲୋଚନା ହେଉଛି । ହାରିଥିବା ସାଂସଦ ରବୀନ୍ଦ୍ର ଜେନା ନୀଳଗିରି ବିଧାନସଭା ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଙ୍କୁ ମଧ୍ୟ ଟିକେଟ ଦିଅ ଯିବକି ନାହିଁ ଏହା ଉପରେ ଜୋରଦାର ଚର୍ଚ୍ଚା ଚାଲିଛି । ସେହି ଦଳର ତୁଙ୍ଗ ନେତାମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି ।
କିଛି କହୁଛନ୍ତି ନବୀନ ବାବୁ ପରାଜିତ ପ୍ରାର୍ଥୀଙ୍କୁ ୯୯% ପ୍ରାର୍ଥୀଙ୍କୁ ଟିକେଟ କୁଆଡେ ଦିଅନ୍ତି ନାହିଁ । ତୃତୀୟ ମହଲା ଯେଉଁ ଯୋଜନା ପ୍ରସ୍ତୁତ କରିଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଓଡିଶା ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ସମ୍ଭବ ରାଜନେତା ମାନଙ୍କ ଦ୍ୱାରା ନୁହେଁ । ଏଥିରୁ ସ୍ପଷ୍ଟ ବାରି ହେଉଛି ପରାଜିତ ପ୍ରାର୍ଥୀ ମାନଙ୍କ ଟିକେଟ ଆଶା, ଆଶାରେ ରହିଯିବ କି ?
No Result
View All Result