୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧର ପୁର ସ୍ଥିତ ଶିଶୁ ମନ୍ଦିର ରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ସମ୍ପାଦକ ଶିକ୍ଷାବିତ ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଦିଗ୍ ଦର୍ଶନ ରେ ଏବଂ ପ୍ରଧାନ ଆଚାର୍ଯ୍ୟା ଶୈଳବାଳା ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗଣ ରାଧାକୃଷ୍ଣ ବେଶରେ ଆକର୍ଷଣୀୟ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ଥିଲେ। ତତ୍ପରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ସମ୍ପାଦକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜନ୍ମାଷ୍ଟମୀ ର ତାତ୍ପର୍ଯ୍ୟ ସମ୍ପର୍କରେ ବିଦ୍ୟାଳୟ ର ଗୁରୁମା ଜୟଶ୍ରୀ ମହାପାତ୍ର, ସୁଜାତା ବେହେରା, ଆଚାର୍ଯ୍ୟ ଅକ୍ଷୟ କୁମାର ପଲେଇ,ଉମାକାନ୍ତ ମହାପାତ୍ର ପ୍ରମୁଖ ସାରଗର୍ଭକ ଭାଷଣ ଦେଇ ଥିଲେ।

ଏହାପରେ ଗଣ ବେଶ ପ୍ରତିଯୋଗୀତାରେ କ୍ରତୀତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଜୁନିୟର ସୁନ୍ଦର ବେଶ ପ୍ରତିଯୋଗୀତାରେ ବିଭୂପ୍ରସାଦ ପରିମାଣିକ ୧ମ, ସତ୍ୟନାରାୟଣ ବେହେରା ୨ୟ, ସଂସ୍କୃତି ତ୍ରିପାଠୀ,ଗୁଗୁଲୀ ଜେନା ୩ୟ ସ୍ଥାନ ସଭ୍ୟ ଜୁନିଅର ବିଭାଗରେ ଶ୍ରୀତମ ସାହୁ ୧ମ,ସାଇକ୍ରୀଷ୍ନା ବାରିକ ୨ୟ,କୁନାଳ ଭୁଜବଳ୩ୟ ସ୍ଥାନ ଲାଭ କରିଥିବା ବେଳେ ସିନିୟର୍ ଵିଭାଗର ସାଇପ୍ରକାଶ ଦାଶ ୧ମ,ସ୍ଵର୍ଣଲଖ୍ସୀ ସାହୁ ୨ୟ ,ଶୁଭମୟୀ ସୁବୁଦ୍ଧି ୩ୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ପରିଶେଷରେ ଆଚାର୍ଯ୍ୟ ଅକ୍ଷୟ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।














