ଜନ୍ମାଷ୍ଟମୀ ଉପଲକ୍ଷେ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଗୋପାଳ ପୁର ମଦନମୋହନ ର ଶିଶୁ ଭାଇ ଭଉଣୀ ମାନେ । ମଦନମୋହନ ବିହାର ଗୋପାଳ ପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ “ଜନ୍ମଷ୍ଟମୀ “ପାଳିତ ହେଲା ।

୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ବ୍ଳକ ମଦନମୋହନ ବିହାର ଗୋପାଳ ପୁର ସରସ୍ବତୀ ଶିଶୁ ମନ୍ଦିର ରେ ପିଲା ମାନେ ସକାଳ ଆସି ବିଦ୍ୟାଳୟ ରେ ପହଞ୍ଚି ଥିଲେ ।ବିଦ୍ୟାଳୟ ରେ ପାରମ୍ପରିକ ରୀତି ରେ ପ୍ରାର୍ଥନା କାଳାଂଶ ସମୟରେ ଧୂପ ଦୀପ ଫୁଲ ଚନ୍ଦନ ଦେଇ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜାଅଚ୍ଚର୍ନା କରି ଥିଲେ । ସମସ୍ତ ଶିଶୁ ଭାଇ ଭଉଣୀ ମାନେ କୃଷ୍ଣ,ରାଧା ବେଶ ଧାରଣ କରି ବଜାର ପରିକ୍ରମା କରିଥିଲେ ।
ରାଧା କୃଷ୍ଣ ଙ୍କ ର ରାସ ରେ ନୃତ୍ଯରେ ମନମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ ଆୟୋଜନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ଅନୁପମା ଦାଶ,କଳ୍ପନା ପାଇକେରା , ସୁଲୋଚନା ପ୍ରଧାନ,ସ୍ବୟଂପ୍ରଭା ସାହୁ ଗୁରୁମା ମାନେ ସହଯୋଗ କରିଥିଲେ । ବହୁତ ଅଭିଭାବକ ଖୁସି ହେବ ସହିତ ପ୍ରଶଂସା କରିଛନ୍ତି ।














