୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର ବ୍ଳକ :-> ମହତପଲା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ଗୁରୁ ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ପ୍ରାରମ୍ଭରେ ଗୁରୁ ବନ୍ଦନା କରାଯାଇଥିଲା । ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା । ଏହି ବୈଠକ ରେ ଗୋପାଳ ପୁର କ୍ଲଷ୍ଟର ର ସିଆର୍ ସିସି ଶ୍ରୀ ଅକ୍ଷୟ ମହାପାତ୍ର ଙ୍କୁ ପିଲା ଓ ଗୁରୁଜୀ ଗୁରୁମା ଙ୍କ ଦ୍ବାରା ସମ୍ମୁନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଆୟୋଜନ କରିଥିଲେ । ମୁଖ୍ୟ ଅତିଥି ଭାବେ ସିଆର୍ ସିସି ଉପସ୍ଥିତ ରହି ପିଲା ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟା ନିରୁପମା କର ସହିତ ସୋମନାଥ ପରିଡା ପର୍ଶୁରାମ ମହାପାତ୍ର,ମନୋରଞ୍ଜନ ବାରିକ,ଓ ରେବତୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।















