No Result
View All Result

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ମଙ୍ଗଳବାର ଦିନ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ତଥା ଗୁରୁଦିବସ ପାଳନ କରାଯାଇଥିଲା କରାଯାଇଥିଲା । ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାରଣା , ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ବିନାୟକ ଦାସ, ନିହାର ରଞ୍ଜନ ଦାସ ଓ ବିଦ୍ୟାଳୟ ରେ କାର୍ଯ୍ୟରତ ଦୀପକ ମହାପାତ୍ର, ସସ୍ମିତା ରଥ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଲିଜା ପ୍ରଧାନ,ପୂଜା ବେହେରା, ଅଞ୍ଜଳି ରଥ,ଅନିତା ବଳୀୟରସିଂ ଓ ପ୍ରଧନଚର୍ଯ୍ୟ ଶ୍ରୀମତୀ ସୁଜାତା ସାହୁଙ୍କୁ ପିଲା ପିଲାମାନେ ଗୁରୁପୁଜନ କରି ଗୁରୁଦିବସ ଅବସରରେ ଅଭିନନ୍ଦନ କରିଥିଲେ । ପିଲାମାନେ ଗୁରୁଦିବସ ସମ୍ପର୍କରେ ଅଭିଭାଷଣ ରଖିଥିଲେ ।

ମୁଖ୍ୟଅତିଥି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାରଣା ତାଙ୍କ ବକ୍ତବ୍ୟରେ ପିଲାମାନେ ଗୁରୁଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ରଖିଲେ କିପରି ଜୀବନରେ ସୁଫଳ ପାଇବା ଏବଂ ଗୁରୁଙ୍କ ବିନା ଜୀବନରେ ମୁକ୍ତି ମିଳେ ନାହିଁ ବୋଲି କହିଥିଲେ । ଗୁରୁଦିବସ ଅବସରରେ ବକ୍ତୃତା,ଚିତ୍ରାଙ୍କନ ଓ ରାକ୍ଷୀ ପ୍ରସ୍ତୁତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୁଭସ୍ମିତା ବରାଡ, ସ୍ୱୋୟମ ସାଇ ପ୍ରଧାନ,ଦ୍ୱିତୀୟ ସ୍ଥାନ ରେ ଥିଲେ ସୁଶ୍ରୀ ସଂଗୀତା ସାହୁ, ଶୁଭଶ୍ରୀ ପ୍ରଧାନ, ସାଇ ପ୍ରସାଦ ପରିଡ଼ା , ତୃତୀୟ ସ୍ଥାନ ରେ ରିଶିପ୍ତା ପ୍ରଧାନ, ବିଶାଳ ଯାଦବ ସେହିପରି ଚିତ୍ରାଙ୍କନ ରେ ଶୁଭସ୍ମିତା , ସ୍ଵୟଂ ସାଇ, ଓ ସୁଶ୍ରୀ ସଂଗୀତା ଙ୍କୁ ପୁରସ୍କୃତ କରାଯାଇଥିଲା ।

ବିଦ୍ୟାଳୟ ର ପ୍ରଧନାକାର୍ଯ୍ୟ ଶ୍ରୀମତୀ ସୁଜାତା ସାହୁଙ୍କୁ ବିଦ୍ୟାଳୟ ପାଇଥିବା ISO 9001-2015 ର ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଓ ସଭାପତିଙ୍କ ଦ୍ଵାରା ବିଦ୍ୟାଳୟର ସମସ୍ତ ଗୁରୂମା ଓ ଗୁରୁଜୀ ମାନଙ୍କୁ ସମ୍ମାନିତ କରାଯିବା ସହ ବିଦ୍ୟାଳୟ ସମ୍ପାଦକଙ୍କ ଦ୍ଵାରା ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା ।କୁନି କୁନି ପିଲାମାନଙ୍କ ଦ୍ଵାରା ଗୁରୁ ମାନଙ୍କ ନିମନ୍ତେ ଗୁରୁବନ୍ଦନା ନୃତ୍ୟ ଓ ଲୋକ ନୃତ୍ୟ କରାଯାଇଥିଲା । ସର୍ବ ଶେଷରେ ବିଦ୍ୟାଳୟର ସମ୍ପାଦକ ବୀରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲ.


No Result
View All Result