• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିକ୍ଷକଙ୍କ ମନର କଥା …

Proprietor Abhimanyu Maharana by Proprietor Abhimanyu Maharana
September 6, 2023
in ଓଡ଼ିଶା, ବାଲେଶ୍ଵର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଶିକ୍ଷକଙ୍କ ମନର କଥା …
Share on FacebookShare on TwitterWhatsapp

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଜଣେ ବ୍ୟକ୍ତି ଜଣେ ଶିକ୍ଷକଙ୍କୁ ପ୍ରଶ୍ନ କଲେ , ଆମେ ବି ଚାକିରୀ କରି ଦରମା ପାଉଛୁ , ଆପଣମାନେ ବି ଦରମା ନେଇ ପାଠ ପଢ଼ାଉଛନ୍ତି ହେଲେ , ଆପଣମାନଙ୍କୁ ଏତେ ଉପରେ କାହିଁକି ବସାଯାଉଛି , ମୁଁ କିଛି ବୁଝି ପାରୁନି ! ଈଶ୍ୱରଙ୍କର ଆଖ୍ୟା ଦେବାର କାରଣ କ’ଣ ? ଶିକ୍ଷକ ଜଣକ ଅଳ୍ପ ଟିକେ ହସି ଦେଇ କହିଲେ , ” ଆପଣ ପୁରା ଠିକ୍ କହିଲେ ଆଜ୍ଞା। ଆମେ ଆପଣଙ୍କ ପରି ଚାକିରୀ କରି ଦରମା ପାଉଛୁ ,ଏଥିରେ ଆମର କିଛି ବାହାଦୁରୀ ନାହିଁ। ପରିବାର ପୋଷିବାକୁ ଏ ଦରମା ଗଣ୍ଡାକ ପାଇଁ ଆମେ ମାସଯାକ ଚାହିଁ ରହିଥାଉ। ଲାଞ୍ଚ ନେଇ ଫାଇଲ୍ ଏପଟ ସେପଟ କରିବାର ସୁଯୋଗ ଆମ ଚାକିରୀରେ ନାହିଁ କି ଅନ୍ୟ କାହାର ବୁକୁଚା ବୋହି ଶୁଖିଲା ରାଜନୀତି କରି ଦି ପଇସା କମେଇବାର ଅଯଥା ଇଚ୍ଛା ମଧ୍ୟ ଆମମାନଙ୍କର ନାହିଁ। ସାଧାସିଧା ଜୀବନ ବଞ୍ଚିବା ଭିତରେ ଏବଂ ନିଜ ଅପେକ୍ଷା ଅନ୍ୟମାନଙ୍କ କଥା ଅଧିକ ଚିନ୍ତା କରୁ , କେବେ ଆମମାନଙ୍କର ଚାକିରୀ ସରିଯାଏ ଓ ଆମେମାନେ କେବେ ଅନ୍ୟମାନଙ୍କ ପାଇଁ ଅଲୋଡ଼ା ଅଖୋଜା ହୋଇଯାଉ ଜଣା ପଡ଼େନାହିଁ।” ଆଉ ରହିଲା ଦରମା କଥା।

କହୁଛି ଶୁଣନ୍ତୁ “ଆମେ ଆପଣମାନଙ୍କ ପିଲାଙ୍କୁ ଏମିତି କିଛି ଦାନ କରୁ ଯାହାର ମୂଲ୍ୟ କେହି ବି ଦେଇ ପାରିବେନାହିଁ। ଓଡ଼ିଆରେ ତାକୁ ବିଦ୍ୟା କହନ୍ତି ଏବଂ ଇଂରାଜୀରେ knowledge , ଯାହାକୁ ସେ ବ୍ୟବହାର କରି ଭବିଷ୍ୟତରେ ସେ ତା ନିଜ ସହ ପରିବାର ପୋଷିବା ପାଇଁ ସକ୍ଷମ ହୁଏ। ହୋଇପାରେ ଏଥିପାଇଁ ଆମେ ଦରମା ନେଉ , ହେଲେ ଆପଣ କହିପାରିବେ ଆପଣଙ୍କ ପିଲାକୁ ନିଃସ୍ୱାର୍ଥପର ଭାବେ ଗେହ୍ଲା କରିବାକୁ ଆମେ କେବେ ପଇସା ମାଗିଛୁ ? ଆପଣଙ୍କ ପିଲା ଆପଣମାନଙ୍କୁ ଛାଡି ଆମପାଖରେ ଦିନକୁ ପ୍ରାୟ ଛଅ ଘଣ୍ଟାଧରି ରହେ , ତାର ସମସ୍ତ ଭଲମନ୍ଦ, ସୁଖଦୁଃଖ , କଣ ଖାଇକି ଆସିଛି ନା ନାହିଁ , ଯଦି ନ ଖାଇଛି ଭୋକ ହେଉଛି କି ପଚାରି ବୁଝିବାପାଇଁ ଆମେ କେବେ ପଇସା ମାଗିଛୁ ? ଆପଣମାନଙ୍କ ପିଲାର ମୁହଁ ଶୁଖି ଯାଇଥିଲେ ବାପାରେ ମାଆରେ କହି ତା ମୁଣ୍ଡ ଆଉଁସି ତା’ର କ’ଣ ହୋଇଛି ବୋଲି ପଚାରି ବୁଝିବାକୁ ଓ ତା ଓଠରେ ଟିକେ ହସ ଫୁଟେଇବାକୁ ନିଜକୁ joker କରିବାକୁ ବି ଆମେ କେବେ ପଛଘୁଞ୍ଚା ଦେଇନୁ , ସେଥିପାଇଁ ଆମେ କେବେ ପଇସା ମାଗିଛୁ କି ?

ଯେତେବେଳେ ଖେଳ ଛୁଟିରେ ସବୁ ପିଲା tiffin ଖାଉଥିବା ସମୟରେ ଯଦି କୌଣସି ଛୁଆ tiffin ନ ଆଣି ମୁହଁ ଶୁଖେଇ ଠିଆ ହୋଇଥିବା ସମୟରେ ଆମ ଆଖି ପଡିଯାଇଛି ଓ ତାକୁ ଡାକି ଯେତେବେଳେ ଆମେ କହିଛୁ ମା’ ରେ କି ବାପା ରେ ଆଜି ଅନ୍ୟ sir ମାନେ tiffin ଆଣିଥିଲେ ଖାଇଦେଇ ପେଟ ପୁରା full ହୋଇଯାଇଛି ତ , ଏ tiffin ଟା please ଖାଇଦେବୁ ଏବଂ ଛୁଆଟି tiffin ଖାଇବାର ଦେଖି ଯେତେବେଳେ ଆମେ ଖୁସି ହୋଇଛୁ ସେଥିପାଇଁ ଆମେ କେବେ ପଇସା ମାଗିଛୁ ? କେମିତି ଆପଣ ମାନଙ୍କ ପିଲାମାନେ ପରୀକ୍ଷାରେ ଭଲ କରିବେ , କାହିଁକି ସେ ପିଲାଟିର ପାଠ ହେଉନି ? ତା’ପାଇଁ କଣ କରାଯାଇପାରିବ ? ଘରେ ବସି ନିରୋଳାରେ ଚିନ୍ତା କରିବାପାଇଁ ଆମେ ପଇସା ମାଗିଛୁ କି ?

ଆପଣମାନଙ୍କ ପିଲା ଡରି ଯାଉଥିବା ସମୟରେ ତା’ କାନ୍ଧରେ ହାତ ପକାଇ ଯେତେବେଳେ ଆମେ କହୁ ” ଡରନା ରେ ମାଆ କି ଡରନା ରେ ବାପା , ମୁଁ ଅଛି ପରା ” ସେତେବେଳେ କ’ଣ ଆମେ ପଇସା ମାଗିଛୁ ? ଭୁଲ କଲେ ନିଜ ପିଲା ଭଳି ଆକଟ କରିବାପାଇଁ ଓ ଭଲ କାମ କଲେ ପିଠି ଥାପୁଡ଼େଇ ଆଗକୁ ବଢିବାକୁ ପ୍ରେରଣା ଦେବାପାଇଁ ଆମେ କେବେ ପଇସା ମାଗିଛୁ ? ଆପଣଙ୍କ ଯେବେ ପିଲା ଜଣେ ଦକ୍ଷ ଓ ସଫଳ ମଣିଷ ହୋଇଗଲା ପରେ ଯେତେବେଳେ ସେ ଆମ ସାମ୍ନାକୁ ଆସେ ଓ ଆମ ଛାତି କୁଣ୍ଢେମୋଟ ହୋଇଯାଏ , ଆମେ ତାକୁ କୁଣ୍ଡେଇ ପକେଇ ଖୁସିରେ କାନ୍ଦି ପକାଉ , ସେଥିପାଇଁ କ’ଣ ଆମେ ପଇସା ମାଗିଛୁ ? ଏ ସବୁର ହିସାବ କଲେ ନା ସରକାର ଆମ ଋଣ ସୁଝି ପାରିବେ ନା ଆପଣମାନେ l ଆମେ ପିଲାଙ୍କ ପାଇଁ ବଞ୍ଚିଛୁ ଓ ପିଲାଙ୍କ ପାଇଁ ମରିବୁ ତେଣିକି ଯେ ଯାହା କହୁଛି କହୁ।” ଆମେ ସମାଜର ଆଗାମୀ ଭବିଷ୍ୟତ ପିଢ଼ିକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟିତ। ସତରେ ଶିକ୍ଷକଙ୍କ ମନର କଥା ଓ ତାଙ୍କ ଅବଦାନକୁ ବୁଝିବାର ଶକ୍ତି ନା ଆଜି ଯାଏ କାହାର ହେଲାଣି ନା ହେବ ? ସମସ୍ତ ଗୁରୁମାନଙ୍କୁ ମୋର ଅନ୍ତରରୁ କୋଟି କୋଟି ପ୍ରଣାମ ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ପାଳିତ

June 16, 2025
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା

June 16, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରୟାସ ର ରଜ ଉତ୍ସବ ପାଳିତ

ପ୍ରୟାସ ର ରଜ ଉତ୍ସବ ପାଳିତ

June 16, 2025
Sainik School Bhubaneswar Stands Champion of the Tournament & Sainik School Kodagu is Runners up

Sainik School Bhubaneswar Stands Champion of the Tournament & Sainik School Kodagu is Runners up

June 16, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version