୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବଳ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରିୟା ବେହେରା , ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ,
ରାଜସୁନାଖେଳା ଡିଆଇଟି ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବରିଷ୍ଠ ପ୍ରଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ମିଶ୍ର , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା, ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ପ୍ରମୁଖ ଯୋଗ ଦେଇଥିଲେ । ସଂପଡା କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହା ସହିତ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ପରିସରରେ ଗୁରୁ ପୂଜନ ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସିଆରସି କୈଳାସ ଚନ୍ଦ୍ର ନାଏକ ସଂଯୋଜନା କରିଥିଲେ ।
ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପାଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ଦିବସ ଅବସରରେ ବିଧାୟକ ଶ୍ରୀ ବେହେରା ପ୍ରତ୍ୟେକ ଶିଷ୍ୟଙ୍କ ସଫଳତା ପଛରେ ଗୁରୁଙ୍କ ଭୂମିକା କିପରି ଥାଏ ବର୍ଣ୍ଣନା କରିବା ସହ ବିନା ଗୁରୁରେ ଶିଷ୍ୟଙ୍କ ସଫଳତା ଅସମ୍ଭବ ବୋଲି କହିଥିଲେ।ତେଣୁ ଗୁରୁ ସର୍ବଦା ପୂଜନୀୟ ତାଙ୍କ କଳନା ଅତୁଳନୀୟ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ସର୍ବୋତ୍ତମ ଶିକ୍ଷାର୍ଥୀ ରୂପେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାରାଢ଼ିପି ସୀମାରାଣି ପ୍ରଧାନ ଏବଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବାଲଣ୍ଡା କଳ୍ପନା ବେହେରା ଓ ଶୁଭଲକ୍ଷ୍ମୀ ବେହେରା,
ଅନ୍ୟାନ୍ୟ ପ୍ରତିଭା ଭାବେ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ାର ଜଗବନ୍ଧୁ ସାମନ୍ତରା, ସର୍ବୋତ୍ତମ ପ୍ରଧାନ ଶିକ୍ଷକ ଭାବେ ଭୀମସେନ ସାହୁ, ସର୍ବୋତ୍ତମ ଶିକ୍ଷକ ସମ୍ମାନ ସନ୍ଧ୍ୟାରାଣୀ ବେହେରା, ସଂପଡ଼ା ଉଚ୍ଚ ପ୍ରାଥମିକ ଚିନ୍ତାମଣି ବିଦ୍ୟାପୀଠକୁ ସର୍ବୋତ୍ତମ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ ।