ଘଟଣା ସୋସିଆଲ୍ ମିଡିଆରେ ଖବର ପ୍ରସାରଣ ହେଲେ ମଧ୍ୟ କୈଣସି ସରକାରୀ ବା ପ୍ରଶାସନ ର ଖାତିରି ନାହିଁ ।

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ବ୍ଳକ ଗୋପାଳ ପୁର ପଞ୍ଚାୟତ ଅଧିନସ୍ଥ ବଡବରମୃଳ ଗ୍ରାମ ର ଅବସ୍ଥା ଖରାପ । ଗ୍ରାମ ଭିତରେ ଏକ ବନ୍ଯା ଦେଖି ବାକୁ ମିଳିଥିଲା । ଘରେ ଘରେ ପାଣି ପଶି ଥିବାରୁ ଜନ ଜୀବନ ଅସ୍ତ ବ୍ଯସ୍ତ । ଚାନ୍ଦପୁର ରୁ ସୁନାଖଳା ରାସ୍ତା ମଧ୍ୟରେ ବରମୂଳ ଛକ ରୁ ପାମ୍ପଡା ରାସ୍ତା ଉପରେ କଲ୍ ଭଟ୍ କାମ ଅଧାପନ୍ତରିଆ ହୋଇ ପଡିଛି । ମୁଖ୍ୟ ରାସ୍ତା ପାଣି ସବୁ ଗ୍ରାମରେ ପଶିବାରୁ ପାଣି ଜମା ହୋଇ ରହିଲା ।

ଲୋକ ମାନେ ଘରୁ ବହାରି ପାରୁନାହାନ୍ତି । ଏସବୁ ଘଟଣା ସୋସିଆଲ୍ ମିଡିଆରେ ଖବର ପ୍ରସାରଣ ହେଲେ ମଧ୍ୟ କୈଣସି ସରକାରୀ ବା ପ୍ରଶାସନ ର ଖାତିରି ନାହିଁ । ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯଦି ସରକାର ପଦକ୍ଷେପ ନ ନିଅନ୍ତି । ଆଗାମୀ ଦିନ ରେ ଆନ୍ଦୋଳନ ଜୋର୍ ହେବ ବୋଲି ଜିଲ୍ଲା କଂଗ୍ରେସ ସାଧରଣ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି ।














