ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ନୟାଗଡ଼ :- ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର ଆରମ୍ଭ କରିସାରିଲାଣି । ସୁନା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ପାଇଁ ଜିଲ୍ଲା ପ୍ରଶାସନ ର ନିଦ ହଜିଗଲାଣି । କେତେବେଳେ କଣ୍ଟେନମେଣ୍ଟ ତ କେତେବେଳେ ବଫର ଜୋନ, କେତେବେଳେ ଦୋକାନ ବଜାର ସନ୍ଧ୍ୟା ୭ ପର୍ଯ୍ୟନ୍ତ ତ କେତେବେଳେ ଦିନ ୧ ପର୍ଯ୍ୟନ୍ତ ଖୋଲିବା, ସହରରେ କଡାକଡି ନିୟମ ପାଳନ କରିବା ହେଉ ଅବା ଆକ୍ରାନ୍ତ ଚିହ୍ନଟ ଅଞ୍ଚଳ କୁ ବିଶୋଧନ କରିବା ।
ଯାହା ଯାହା ପଦକ୍ଷେପ ନେବା କଥା ନେଲେ ବି ବଢ଼ିବାରେ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏ ସବୁ ଭିତରେ ଜିଲ୍ଲା ପ୍ରଶାସନ ଆଜି ପୁଣି କଟକଣା କୁ ଆହୁରି ଜୋରଦାର କରିଛନ୍ତି । ଜିଲ୍ଲାରେ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ଘୋଷଣା କରିଛନ୍ତି । ସେହିପରି ଜିଲ୍ଲାରେ ସକାଳ ୭ ରୁ ଦିନ ୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । (ରିପୋର୍ଟ – ରାମକୃଷ୍ଣ ରଥ )