୩୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଚମ୍ପାପେଡି ପଞ୍ଚାୟତ ବାରଙ୍ଗଗାଡିଆ ଗ୍ରାମ ର ପୂର୍ବତନ ସାହୁକାର ତଥା ଅଞ୍ଚଳର ଅତିପ୍ରିୟ ମଣିଷ ବାଙ୍କନିଧି ପାଇକରାୟଙ୍କ ପୌତ୍ର କମଳେଶୋର ପାଇକରାୟଙ୍କ ପତ୍ନୀ ରମ୍ଭା ବାଳା ପାଈକରାୟ ତା୨୦।୦୮। ୨୦୨୩ରିଖରେ୭୦ ବର୍ଷ ବୟସରେ ବନ୍ଧୁ ପରିବାର ଆତ୍ମୀୟସ୍ବଜନ କୁ ଛାଡି ଈହଲୀଳା ସମ୍ବରଣ କରିଥିଲେ।ସେ ପରିବାର ବଡ ବୋହୁ ଭାବରେ ସମସ୍ତଙ୍କର ଅତିପ୍ରିୟ ମଣିଷ ଥିଲେ । ପତି,ପୁତ୍ର, ପୁତ୍ରବଧୁ, ନାତି ନାତୁଣୀ, ଝିଅ, ଜୋଇଁ ତଥା ଗ୍ରାମବାସୀଙ୍କୁ ବହୁତ ଭଲ ପାଉ ଥିଲେ ।ତାଙ୍କ ଅମର ଆତ୍ମା ର ସଦ୍ଗତି ପାଇଁ ପରିବାର ତରଫରୁ ତା ୩୦। ୦୮। ୨୦୨୩ରିଖ ଏକାଦଶାହ ଉତ୍ସବ ରେ ଏକ ସ୍ମୁତିଚାରଣ ସଭା ଆୟୋଜନ କରା ଯାଇଥିଲା ।
ଜନତା ମହା ବିଦ୍ୟାଳୟ, କୁହୁଡ଼ିର ଅଧକ୍ଷ୍ଯ ବାଳକ୍ରିଷ୍ନ ମିଶ୍ର ସଭାର ସଭାପତିତ୍ୱ କରିଥିଲେ। ପୂର୍ବ ତନ ସମବାୟ ମନ୍ତ୍ରୀ ତଥା ରଣପୁର ବିଧାନ ସଭା ସଦସ୍ଯା ସୁରମା ପାଢୀ ମୁଖ୍ଯ ବକ୍ତା ଓ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା ମୁଖ୍ଯ ଅତିଥି ଆସନ ଅଳଂକୃତ କରିଥିଲେ । ଅତିଥିମାନେ ଦିବଂଗତ ରମ୍ଭା ବାଳା ଦେବୀଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳିତ କରି ପୁଷ୍ତି ପ୍ରଦାନ କରିଥିଲେ। ପ୍ରଦୂମ୍ନ କୁମାର ସାଥୁଆ ବେଦପାଠଗତି କରି ଥିଲେ। ଅମର ଆତ୍ମା ର ସଦ୍ ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା ପରେ ସଭାପତି ଭଗବତ୍ ଗୀତାର ପଞ୍ଚଦଶ ଅଧ୍ଯାୟ ପାଠ କରିଥିଲେ।
ସଭାପତିଙ୍କ ଅନୁରୋଧ କ୍ରମେ ଓଡଗାଁ ବ୍ଲକ ର ସହ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ ମଞ୍ଚ ସଂଯୋଜନା କରିଥିଲେ।ତାଙ୍କର ସୁଲଳିତ କଣ୍ଠ ସଂଗୀତ ଅଶ୍ରୁଳ ପରିବେଶ ସୁଷ୍ଟି କରିଥିଲା।ସଭାରେ ଉପସ୍ଥିତ ଅତିଥିମାନଙ୍କ ମଧ୍ଯ ରୁ ସୁରମା ପାଢୀ ଓ ନିର୍ମଳା ବେହେରା ମହୋଦୟା, ରାମଚଂଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମନାଭ ବିଶ୍ବାଳ,ପୂର୍ବ ତନ ଶିକ୍ଷକ ବିଜୟ ରାଉତରାୟ,ଭାସ୍କର ଚଂଦ୍ର ପ୍ରଧାନ, ପ୍ରଦୁମ୍ନ କୁମାର ସାଥୁଆ, ବାରଂଗଗାଡିଆ,ହାଇସ୍କୁଲ ର ଅଖିଳ ସାର୍ ଅଶୋକ ସାର, ସଂସ୍କୃତ ଶିକ୍ଷକ ରାଧା ସାର୍,ଆଦି ରମ୍ଭା ବାଳା ଦେବୀଙ୍କ ର ଗୁଣଗାନ କରିବା ସହିତ ପରିବାର ଜନକ ଅପୂରଣୀୟ କ୍ଷତିର ଭରଣା ତଥା ଅମର ଆତ୍ମା ର ସଦ୍ଗତ.